ଟ୍ରକ୍ ପଛରେ ପିଟି ହେଲା ବାଇକ୍ ; ୨ ମୃତ

ସୋର : ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ତଳ ନଗର ଠାରେ ଏକ ଟ୍ରକ ପଛରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମଳି ପାରିନାହିଁ । ସୂଚନାଯୋଗ୍ୟ, ଗତ ରାତିରେ ଏକ ଟ୍ରକ ଖରାପ ହୋଇ ତଳ ନଗର ରାଜପଥରେ ଥୁଆ ହୋଇଥିଲା ବେଳେ ବିପରୀତ ଦିଗରୁ ଏକ ବାଇକରେ ଆସୁଥିବା ଦୁଇ ଯୁବକ ପିଟି ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି ।

Comments are closed.