ବାସଗୃହରୁ ୧୧ ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

0

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ବୁରାରି ଅଞ୍ଚଳର ସନ୍ଥନଗର ସ୍ଥିତ ଏକ ଦୁଇ ମହଲା ଘରୁ ୧୧ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେମାନେ ସମସ୍ତେ ଗୋଟିଏ ପରିବାର ସଦସ୍ୟ ହୋଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ସେହିପରି ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ମୃତକଙ୍କ ମଧ୍ୟରୁ କିଛି ଜଣ ଲୁହା ଗ୍ରୀଲ୍‍ରୁ ଝୁଲୁଥିବା ଅବସ୍ଥାରେ ଦେଖାଯାଇଥିଲା। ଅନ୍ୟମାନେ ଚଟାଣରେ ହାତଗୋଡ଼ ବନ୍ଧାଯାଇଥିବା ଅବସ୍ଥାରେ ପଡ଼ିରହିଥିଲେ। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା, ଜଣେ ବୃଦ୍ଧ ଓ ତିନି ଜଣ ନାବାଳକ ଅଛନ୍ତି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଉକ୍ତ ପରିବାର ତାଙ୍କ ଘରେ ହିଁ କିରାଣା ଓ ପ୍ଳାଏଉଡ ବ୍ୟବସାୟ କରୁଥିଲେ। ପ୍ରତିଦିନ ସକାଳ ୬ଟାରେ ଦୋକାନ ଖୋଲୁଥିଲା। ରବିବାର ଦିନ ସାଢ଼େ ୭ ଟା ପର୍ଯ୍ୟନ୍ତ ଦୋକାନ ନ ଖୋଲିବାରୁ ଜଣେ ପଡ଼ୋଶୀ କାରଣ ଜାଣିବା ପାଇଁ ଯିବା ପରେ ଗ୍ରୀଲ୍‍ରୁ ମୃତଦେହ ଝୁଲୁଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉକ୍ତ ଅଞ୍ଚଳକୁ ନିଜ କବ୍‍ଜାକୁ ନେଇ ସିସିଟିଭି ଫୁଟେଜ୍‍ ଯାଞ୍ଚ କରୁଛି।

kalyan agarbati
Leave A Reply