କୋରାପୁଟ : କୋରାପୁଟ ଜିଲା ସେମିଳିଗୁଡ଼ାରେ ସହପାଠୀଙ୍କ ଦ୍ୱାରା ଆକ୍ରମଣ ହୋଇ ମୃତ୍ୟୁ ସହ ଲଢେଇ କରୁଥିବା କଲେଜ ଛାତ୍ରୀ ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।ଛାତ୍ରୀ ଜଣକ ସେମିଳିଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ। ସୂଚନାଯୋଗ୍ୟ, ଏକ ତରଫା ପ୍ରେମ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ ୧ରେ ଛାତ୍ରୀଙ୍କ ଉପରେ ପୋଟ୍ରୋଲ ଢାଳି ମାରି ଦେବାକୁ ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ କୋରାପୁଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ଏବଂ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଅଭିଯୁକ୍ତ ନାବାଳକ କୋରାପୁଟ କୋର୍ଟରେ ଆତ୍ମସମର୍ପଣ କରିବା ବେଳେ ପଚରାଉଚରା କରିବା ପାଇଁ ପୁଲିସ ନାବାଳକୁ ଜୁଭେନାଇଲ କୋର୍ଟରେ ହାଜର କରାଇଥିବା ଜଣାପଡ଼ିଛି।
Popular Categories



