ଖୋର୍ଦ୍ଧା : ରବିବାର ସକାଳେ ନିରାକାରପୁର – ଜଙ୍କିଆ ଥାନା ନିକଟସ୍ଥ କମାଗୁରୁ ପଞ୍ଚାୟତରେ ଚାଲିଥିବା ଗଣଦୌଡ଼ରେ ଜଣେ ଅଂଶଗ୍ରହଣକାରୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କମାଗୁରୁ ପଞ୍ଚାୟତ ଅନ୍ତର୍ଗତ ବେଲପଡ଼ା ଗ୍ରାମବାସୀ କୃଷ୍ଣଚନ୍ଦ୍ର ପରିଡ଼ା (୫୩)। ସୂଚନା ଅନୁଯାୟୀ କାମଗୁରୁ ପଞ୍ଚାୟତ କାର୍ଯ୍ୟାଳୟ ପାଖରୁ ଅରିଶାଳ ଗ୍ରାମକୁ ଦୌଡ଼ି ଯିବା ସମୟରେ ଏହି ଘଟଣା ଘଟିଛି। ବ୍ୟବଚ୍ଛେଦ ପାଇଁ କୃଷ୍ଣଙ୍କର ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସେ ବିଜୁ ଯୁବବାହିନୀ କର୍ମୀ ବୋଲି ସୂଚନା ମିଳିଛି।
Popular Categories



