ବାହାନଗା : ବାଲେଶ୍ୱର ଜିଲାର ବାହାନଗା ବ୍ଲକ ଖଣ୍ଟାପଡ଼ା ଥାନା ଅନ୍ତର୍ଗତ ବରିପଦା ପଞ୍ଚାୟତ ଅଞ୍ଚଳର ଉତ୍ତା ପୋଖରୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଗଗନ ମଲ୍ଲିକଙ୍କ ପୁଅ ମନ୍ମଥ (୩୫)। ତାଙ୍କ ଘର ଅଟ୍ଟାସପୁର ବୋଲି ଜଣାପଡ଼ିଛି। ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ , ସକାଳ ସମୟରେ ସ୍ଥାନୀୟଲୋକେ ପୋଖରୀରେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



