www.samajalive.in
Monday, December 15, 2025
16.1 C
Bhubaneswar

ଏପ୍ରିଲ ୨୦ରୁ ଦୂରଦର୍ଶନ ଜରିଆରେ ଦଶମ ଶ୍ରେଣୀର ପାଠ ପଢା ଆରମ୍ଭ

ଭୁବନେଶ୍ୱର : କରୋନା ଲକ୍‌ଡାଉନ୍ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।  ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯାଇଛି । ଲକ୍‌ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରେଣୀର ପାଠ ପଢାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି-ଓସେପା ପକ୍ଷରୁ  ନିଆଯାଇଛି ।

ସୂଚନା ଅନୁଯାୟୀ,  ଆସନ୍ତା ୨୦ ତାରିଖରୁ ଏଜୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ହେବ। ଏପ୍ରିଲ ୨୦ରୁ ମେ ମାସ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି। ଏହା ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ଏକ ଘଣ୍ଟା ଲେଖାଏ ୨ଥର କାର୍ଯ୍ୟକ୍ରମ ପୁନଃ ପ୍ରସାରଣ କରାଯିବ। ସକାଳ ୧୧ଟାରୁ ୧୨ଟା ଓ ୩ଟା ୩୦ରୁ ୪ଟା ୩୦ ପ୍ରସାରଣ ହେବ। ଗଣିତ, ଇଂରାଜୀ, ଭୂଗୋଳ, ଏସସିପି ଓ ଏସସିଏଲ ପାଠର ପୁନଃ ପ୍ରସାରଣ ହେବ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories