ପ୍ରକାଶ ପାଇଲା ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାଫଳ, ସୌମ୍ୟ ଶ୍ରେଷ୍ଠ ସ୍ନାତ୍ତକ
ସ୍ନାତ୍ତକ କଳାରେ ଶୁଭଦର୍ଶିନୀ,ବିଜ୍ଞାନରେ ସୌମ୍ୟ ଓ ବାଣିଜ୍ୟରେ ନିବେଦିତା ଟପ୍ପର
କେନ୍ଦୁଝରଗଡ଼: ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝରର ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ଶନିବାର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି। ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ ରସାୟନ ବିଜ୍ଞାନ ଛାତ୍ର ସୌମ୍ୟରଞ୍ଜନ ସାହୁ ୧୩୧୧ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତ୍ତକ ସହ ବିଜ୍ଞାନ ବିଭାଗରେ ମଧ୍ୟ ଟପ୍ପର ହୋଇଛନ୍ତି। କଳାରେ ଅର୍ଥନୀତି ସମ୍ମାନର ଛାତ୍ରୀ ଶୁଭଦର୍ଶିନୀ ସାହୁ ୧୨୦୭ନମ୍ବର ଓ ବାଣିଜ୍ୟରେ ନିବେଦିତା ନାୟକ ୧୧୩୪ନମ୍ବର ରଖି ଟପ୍ପର ହୋଇଛନ୍ତି। କଳାରେ ନୃତତ୍ତ୍ୱରେ ଟୁକୁନା ନାଏକ, ଅର୍ଥନୀତିରେ ଶୁଭଦର୍ଶିନୀ ସାହୁ, ଇଂରାଜୀରେ ଇପସୀତା ରାଉତ, ଇତିହାସରେ ସନ୍ତୋଷ କୁମାର ଜେନା, ଗଣିତରେ ଶ୍ରୀୟାସ୍ମିତା ରାଉତ, ଓଡିଆରେ ତୃପ୍ତିମୟୀ ମହାରଣା, ଦର୍ଶନଶାସ୍ତ୍ରରେ ଲିପିକା ପରେୟା, ରାଜନୀତି ବିଜ୍ଞାନରେ ଅନୀତା ମୁଣ୍ଡା, ସଂସ୍କୃତରେ ମୌସୁମୀ ବେହେରା, ସମାଜବିଜ୍ଞାନରେ ଶୁଭଶ୍ରୀ ମହାନ୍ତି ଓ ଶିକ୍ଷାରେ ରୋଜାଲିନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି। ବିଜ୍ଞାନ ବିଭାଗରେ ଉଦ୍ଭିଦବିଜ୍ଞାନରେ ଚିତ୍ରରେଖା ମହାନ୍ତ, ରସାୟନ ବିଜ୍ଞାନରେ ସୌମଞରଞ୍ଜନ ସାହୁ, କମ୍ପ୍ୟୁଟର ବିଜ୍ଞାନରେ ଇପସିତା ସାହୁ, ଭୂତତ୍ତ୍ୱରେ ଅର୍ପିତା ପ୍ରିୟଦର୍ଶିନୀ ରଥ, ଗଣିତରେ ଶ୍ରବଣ କୁମାର ମହାନ୍ତ, ପଦାର୍ଥ ବିଜ୍ଞାନରେ ଭାଗ୍ୟଶ୍ରୀ ପ୍ରଧାନ ଓ ପ୍ରାଣୀବିଜ୍ଞାନରେ ଅଲିଭା ପ୍ରିୟଦର୍ଶିନୀ ଦ୍ୱିବେଦୀ ଏବଂ ବାଣଜ୍ୟରେ ନିବେଦିତା ସିଙ୍କୁ ଟପ୍ପର ହୋଇଛନ୍ତି।
କଳା, ବିଜ୍ଞାନ ଓ ବାଣିଜ୍ୟରେ ନିୟମିତ ୬୩୬ଜଣ ପରୀକ୍ଷା ଦେଇଥିବା ବେଳେ ୯୨.୨୯ ପ୍ରତିଶତ ହାରରେ ମୋଟ ୫୮୭ଜଣ ସଫଳତାର ସହ ପାସ୍ କରିଥିବା ବେଳେ ୪୩ଜଣ ଫେଲ ଓ ୬ଜଣ କପି ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି। କଳାରେ ନିୟମିତ ଭାବେ ୨୮୩ଜଣ ଓ ଅନିୟମିତ ଭାବେ ୮ଜଣଙ୍କୁ ମିଶାଇ ମୋଟ ୨୯୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୬୪ଜଣ ନିୟମିତ ଓ ୮ଜଣ ଅନିୟମିତଙ୍କୁ ମିଶାଇ ୯୧.୭୫ ପ୍ରତିଶତ ହାରରେ ମୋଟ ୨୬୭ଜଣ ପାସ୍ କରିଛନ୍ତି। ବିଜ୍ଞାନରେ ନିୟମିତ ଭାବେ ୨୦୯ଜଣ ଓ ଅନିୟମିତ ଭାବେ ୭ଜଣଙ୍କୁ ମିଶାଇ ମୋଟ ୨୧୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୮ଜଣ ନିୟମିତ ଓ ୫ଜଣ ଅନିୟମିତଙ୍କୁ ମିଶାଇ ୯୩.୯୮ ପ୍ରତିଶତ ହାରରେ ମୋଟ ୨୦୩ଜଣ ପାସ୍ କରିଛନ୍ତି। ବାଣିଜ୍ୟରେ ନିୟମିତ ଭାବେ ୧୪୪ଜଣ ଓ ଅନିୟମିତ ଭାବେ ୧୦ଜଣଙ୍କୁ ମିଶାଇ ମୋଟ ୧୫୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୫ଜଣ ନିୟମିତ ଓ ୮ଜଣ ଅନିୟମିତଙ୍କୁ ମିଶାଇ ୮୬.୩୬ ପ୍ରତିଶତ ହାରରେ ମୋଟ ୧୩୩ଜଣ ପାସ୍ କରିଛନ୍ତି। ସେଲ୍ଫ ଫାଇନାନସିଂ ବିବିଏ ବିଷୟରେ ନିୟମିତ ଭାବେ ପରୀକ୍ଷା ଦେଇଥିବା ୧୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨ଜଣ ପାସ୍ କରିଥିବା ଜଣାପଡିଛି। କଳାରେ ଅର୍ଥନୀତି, ରାଜନୀତିବିଜ୍ଞାନ ଓ ଶିକ୍ଷାରେ, ବିଜ୍ଞାନରେ ପ୍ରାଣୀବିଜ୍ଞାନରେ ଶତପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଥିବା ଜଣାପଡିଛି। ପରୀକ୍ଷା ଦେଇଥିବା ମୋଟ ୬୩୭ଜଣ ନିୟମିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୦ଜଣ ପ୍ରଥମଶ୍ରେଣୀ ଡିଷ୍ଟ୍ରିକ୍ସନ, ୭୩ଜଣ ପ୍ରଥମଶ୍ରେଣୀ, ୧୭ଜଣ ଦ୍ୱିତୀୟଶ୍ରେଣୀ ଡିଷ୍ଟ୍ରିକ୍ସନ,୧୭ଜଣ ଦ୍ୱିତୀୟଶ୍ରେଣୀକୁ ମିଶାଇ ୯୨.୨୯ ପ୍ରତିଶତ ହାରରେ ମୋଟ ୫୮୭ଜଣ ପାସ୍ କରିଥିବା ବେଳେ ୪୩ଜଣ ଫେଲ ହୋଇଥିବା ଜଣାପଡିଛି।
ପ୍ରକାଶିତ ସ୍ନାତ୍ତକୋତ୍ତର ପରୀକ୍ଷାଫଳ ଅନୁଯାୟୀ ରାଜନୀତି ବିଜ୍ଞାନରେ ମଧୁଛନ୍ଦା ମହାନ୍ତି, ରସାୟନ ବିଜ୍ଞାନରେ ଅଭିଲିପ୍ସା ମହାନ୍ତି, ଭୂତତ୍ତ୍ୱରେ ଶ୍ୱେତା ପାଣି ଓ ବାଣିଜ୍ୟରେ ସ୍ୱାତୀ ଦାସ ଟପ୍ପର ହୋଇଥିବା ଜଣାପଡିଛି। ସ୍ନାତ୍ତକୋତ୍ତର ରାଜନୀତି ବିଜ୍ଞାନରେ ୨୭ଜଣଙ୍କ ମଧ୍ୟରୁ ଶତପ୍ରତିଶତ ପାସ୍ କରିଥିବା ବେଳେ ରସାୟନ ବିଜ୍ଞାନରେ ୧୬ଜଣଙ୍କ ମଧ୍ୟରୁ ୧୫ଜଣ, ଭୂତତ୍ତ୍ୱରେ ୮ଜଣଙ୍କ ମଧ୍ୟରୁ ୮ଜଣ ଓ ବାଣିଜ୍ୟରେ ୨୬ଜଣ ସଫଳତାର ସହ ପାସ୍ କରିଛନ୍ତି। ବିଇଡି ପରୀକ୍ଷାରେ ପ୍ରିୟତ୍ ପ୍ରଜ୍ଞା ନାୟକ ଟପ୍ପର ହୋଇଥିବା ବେଳେ ମୋଟ ୫୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣଙ୍କର ପରୀକ୍ଷାଫଳ ସ୍ଥଗିତ ରଖାଯାଇଥିବା ବେଳେ ଜଣେ ଫେଲ ହୋଇଛନ୍ତି ଏବଂ ୪୮ଜଣ ପ୍ରଥମଶ୍ରେଣୀରେ ସଫଳତାର ସହ ପାସ୍ କରିଛନ୍ତି। ବିଜିନେସ୍ ଆଡମିନିଷ୍ଟ୍ରେସନ (ଫାଇନାନସିଆଲ ମ୍ୟାନେଜମେଣ୍ଟ)ରେ ୬୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୬ଜଣ ପାସ୍ କରିଥିବା ବେଳେ ୯ଜଣ ଫେଲ ହୋଇଛନ୍ତି। ସେହିଭଳି ଏମବିଏରେ ୪୯ଜଣ୍କ ମଧ୍ୟରୁ ୪୬ଜଣ ପରୀକ୍ଷା ଦେଇଥିବା ବେଳେ ୪୧ଜଣ ପାସ୍ କରିଛନ୍ତି ଓ ୫ଜଣ ଫେଲ ହୋଇଛନ୍ତି। ବିଜିନେସ୍ ଆଡମିନିଷ୍ଟ୍ରେସନରେ ୧୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧ଜଣ ପାସ୍ କରିଥିବା ବେଳେ ଜଣେ ଫେଲ ହୋଇଛନ୍ତି ଏବଂ ଜଣେ କପି ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି। ପର୍ସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନ (ପିଏମ୍ଆଇଆର) ୩୦ଜଣଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ଥିବାବେଳେ ମୋଟ ୨୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ଜଣ ପାସ୍ କରିଥିବା ବେଳେ ୪ଜଣ ଫେଲ ହୋଇଛନ୍ତି।
Comments are closed.