ଆସିଲାନି ପୁଅ, ୬ ଝିଅ କାନ୍ଧେଇଲେ କୋକେଇ

ସମ୍ବଲପୁର (କାର୍ଯ୍ୟାଳୟ ): ଅତ୍ୟାଧୁନିକ ସମାଜ ଚଳଣୀରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଥିବାବେଳେ ଏବେ ବି ଭାରତୀୟ ଦମ୍ପତି ପୁଅଟିଏ ପାଇଁ ବ୍ୟାକୁଳ। ପୁଅ ଜନ୍ମହେଲେ ସେ ବୃଦ୍ଧାବସ୍ଥାରେ ସାହାରା ହେବ। ସେ କ୍ରିୟାକର୍ମ କରିବ। ସେଥିପାଇଁ କେତେ ପୂଜା, ବ୍ରତ, ଉପବାସ କରିଥାନ୍ତି ମହିଳାମାନେ। କିନ୍ତୁ ବହୁ ସମୟରେ ପୁଅ ହିଁ ବାପା, ମା’ଙ୍କୁ ପଚାରେନି। ଅସମୟରେ ଛିଡ଼ା ହୁଏ ପରଘରକୁ ଯାଇଥିବା ଝିଅ। ସେଭଳି ଏକ ଘଟଣା ଘଟିଛି ସମ୍ବଲପୁର ସହରରେ। ସ୍ବାମୀଙ୍କ ମୃତ୍ୟୁ ପରେ ପଚାରିଲାନି ପୁଅ। ଦୀର୍ଘ ୧୭ ବର୍ଷ ଝିଅମାନଙ୍କ ସହ ରହି ଶେଷନିଃଶ୍ବାସ ତ୍ୟାଗ କରିବା ପରେ ୬ ଝିଅ ତାଙ୍କୁ କାନ୍ଧଦେବା ସହ ରାଜଘାଟକୁ ନେଇ ସେଠାରେ ରୀତିନୀତିରେ ଦାହସଂସ୍କାର ମଧ୍ୟ କରିଥିଲେ।ା ଏହି ଘଟଣା ଏବେ ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି।

prayash

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ସାହୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ବୟସ ୮୦ ବର୍ଷ। ମୂଳଘର ପାଲଲହଡ଼ା ଶ୍ରୀଗଡ଼। ପଚାରିଲାନି ଏକମାତ୍ର ପୁଅ। ହୀରାକୁଦ ହିଣ୍ଡାଲକୋର ପୂର୍ବତନ ଅଧିକାରୀ ସ୍ବାମୀ ଭୁବନ ସାହୁଙ୍କ ୨୦୦୫ ମସିହାରେ ଦେହାନ୍ତ ପରେ ଶ୍ରୀମତୀ ଗତ ୧୭ ବର୍ଷ ଧରି ଝିଅମାନଙ୍କ ଘରେ ରହୁଥିଲେ। ବୁଧବାର ଅପରାହ୍ନରେ ତୃତୀୟ ଝିଅ ଉର୍ମିଳା ଓ ସ୍ବାମୀ ଆଇନଜୀବୀ ପ୍ରହଲ୍ଲାଦ ସାହୁଙ୍କ ସମ୍ବଲପୁର ଗୁଜରାତି କଲୋନୀସ୍ଥିତ ବାସଭବନରେ ତାଙ୍କ ମୃତ୍ୟୁ ହୋଇଥିଲା। ଗତ ସପ୍ତାହେ ହେବ ସେ ଘରେ ଶଯ୍ୟାଶାୟୀ ରହିବାସହ ଚିକିତ୍ସାଧୀନ ଥିଲେ। ବିଭିନ୍ନ ସ୍ଥାନରେ ରହୁଥିବା ଝିଅମାନେ ସମ୍ବଲପୁର ଆସି ତାଙ୍କ ସେବା କରୁଥିଲେ। ଗୁରୁବାର ସକାଳେ ସ୍ଥାନୀୟ ରାଜଘାଟଠାରେ ୬ ଝିଅ କୋକେଇ ବୋହିବାସହ ମୁଖାଗ୍ନି ଦେଇଛନ୍ତି। ସମାଜର ବ୍ୟବସ୍ଥା ଓ କୁଳ ରୀତି ଅନୁଯାୟୀ ସମସ୍ତ ଛଅ ଭଉଣୀ ଏକାଠି ମା’ଙ୍କ ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ସଂକଳ୍ପ ନେଇଛନ୍ତି। ରାଜଘାଟରେ ପରିବାରବର୍ଗଙ୍କ ସହ ସମ୍ବଲପୁର ଚଷା ସମାଜର ବନ୍ଧୁପରିଜନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗୁଜରାତି କଲୋନୀରେ ମୃତ୍ୟୁଶଯ୍ୟାରେ ଛଅ ଝିଅ ସୁଶୀଳା ଦାଶ (ଭୁବନେଶ୍ବର), ନିର୍ମଳା ପ୍ରଧାନ (ତାଳଚେର), ଉର୍ମିଳା ସାହୁ (ସମ୍ବଲପୁର), ଶର୍ମିଳା ସାହୁ (ଭୁବନେଶ୍ବର), ପ୍ରମିଳା ଧଳ (ନାଲକୋ, ଅନୁଗୋଳ) ଓ ସୁନୀଳା ପ୍ରଧାନ (ସୁବର୍ଣ୍ଣପୁର)ଙ୍କ ସହ ଜ୍ବାଇଁ ଅଲେଖ ଦାଶ, ପ୍ରହଲ୍ଲାଦ ସାହୁ, ମାଧବାନନ୍ଦ ବେହୁରା, ଦେବେଶ ଧଳ ଓ ବେଣୁଧର ପ୍ରଧାନ ତଥା ନାତିନାତୁଣୀମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.