www.samajalive.in
Sunday, December 7, 2025
26.1 C
Bhubaneswar

ଶାଶୂଙ୍କ ମହାନତା: ବୋହୂକୁ ଦେଲେ ବୃକକ୍

ଶାଶୂ-ବୋହୂ ସମ୍ପର୍କକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳେ। ପ୍ରାୟ ଅଧିକାଂଶ ଘରେ ରୀତିମତ କଳି ଝଗଡ଼ା ବିଭିନ୍ନ କାରଣରୁ ଲାଗିଥାଏ। ୨୦୧୬ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ୬୫% ବୟସ୍କା ମହିଳା ନିଜ ବୋହୂଙ୍କ ବିପକ୍ଷରେ କହିଲାବେ​‌େ​‌ଳ ନିଜ ଝିଅଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଅନ୍ୟପାଖେ ୨୧% କର୍ମଜୀବୀ ବୋହୂ ଏ ବାବଦରେ ମୁହଁ ନ ଖୋଲିବାବେଳେ ୪୫% ଗୃହିଣୀ ବୋହୂ କିନ୍ତୁ ଶାଶୂଙ୍କ ଅପପ୍ରଚାର କରିବାକୁ ଆଦୌ ସଙ୍କୋଚ କରିନଥିଲେ। ଏପରି ସ୍ଥଳେ ନିକଟରେ ରାଜସ୍ଥାନର ଜୟପୁରର ଘଟଣାଟି ପୂରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି। ଜୟପୁରର ଗାନ୍ଧିନଗର ନିବାସୀ ହେଉଛନ୍ତି ୭୫ ବର୍ଷୀୟା ଗେନି ଦେବୀ। ୬ ବର୍ଷ ତଳେ ସାନ ପୁଅ ସୌମ୍ୟର ବିବାହ ସୋନିକା ନାମ୍ନୀ ଯୁବତୀ ସହ ସମ୍ପନ୍ନ ହୋଇଥିଲା। ବିବାହର କିଛି ବର୍ଷ ପରେ ଦୁହେଁ ଏକ କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଲାଭ କରିଥିଲେ। ସୋନିକା ସ୍ଥାନୀୟ ଏକ ନାମୀ କମ୍ପାନୀର ପିଆରଓ ଭାବେ କାର୍ଯ୍ୟରତା। ସବୁକିଛି ଠିକ୍ ଚାଲୁଥିଲାବେଳେ ହଠାତ୍ ସୋନିକା ଅସୁସ୍ଥ ହେବାକୁ ଲାଗିଲେ। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା, ତାଙ୍କର ​‌େସାନିକାର ପରିସ୍ଥିତି ଜଟିଳ। ଡାଏଲସିସ୍ ନଚେତ୍ ବୃକକ୍ ପ୍ରତିରୋପଣ ହିଁ ତାଙ୍କୁ ବଞ୍ଚାଇ ପାରିବ। ଶାଶୂ ଗେନି ଦେବୀ ଯେତେବେଳେ ଏ ବାବଦରେ ଜାଣିଲେ, ସେ ସଙ୍ଗେସଙ୍ଗେ କହିଲେ, ସୋନିକାକୁ ବୃକକକକ ମୁଁ ଦେବି। ମା’ଙ୍କ ଏଭଳି ମନ୍ତବ୍ୟରେ ସୌମ୍ୟ ଆଶ୍ଚର୍ଯ୍ୟ ହେବା ସହ ଏସବୁ ନ କରିବାକୁ ପ୍ରସ୍ତାବ ଦେଲେ। କାରଣ ମା’ ମଧ୍ୟ ଜଣେ ବୟସ୍କ ଲୋକ ବୋଲି ପୁଅ ସେ କାରଣରୁ ବ୍ୟସ୍ତ ହେଉଥିଲା। ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ଯେତେବେଳେ ଗେନି ଦେବୀଙ୍କୁ ଏ ସଂକ୍ରାନ୍ତରେ ପଚରାଗଲା, ସେ ସତ କହିବାକୁ ଆଦୌ ପଛାଇନଥିଲେ। ତାଙ୍କ କହିବାନୁସାରେ, ସବୁ ଘରେ କଳି-ଝଗଡ଼ା ହୁଏ ଓ ଆମ ଘରେ ମଧ୍ୟ ହେଉଥିଲା। ମୋ ବୋହୂ କିନ୍ତୁ ମାନ ଅଭିମାନରେ ମଧ୍ୟ ତା’ କାମ କରିବାରେ ହେଳା କରିନି। ପୁଅ ଚାକିରି ପାଇଁ ଦୂରରେ ରହିବା ସତ୍ତ୍ବେ ସେ ଶାଶୂ-ଶ୍ବଶୁରଙ୍କ ପାଖରେ ରହିବାକୁ ଉଚିତ୍ ମଣିଲା। ତା’ ନିଜ ବାପଘର ଲୋକଙ୍କ ତୁଳନାରେ ସୋନିକା ଶାଶୂ-ଶ୍ବଶୁରଙ୍କ ପ୍ରତି ଅଧିକ ଦାୟିତ୍ବବାନ୍ ବୋଲି କହିଥିଲେ ଗେନି ଦେବୀ। ଏପରିକି ନିଜ ଦୁଇ ଝିଅଙ୍କ ତୁଳନାରେ ସେ ସୋନିକାକୁ ପ୍ରଥମ ସ୍ଥାନ ଦେଇଛନ୍ତି। ଏଣୁ ଏଭଳି ସର୍ବଗୁଣସମ୍ପନ୍ନା ବୋହୂ ନିମନ୍ତେ ସେ ସାମାନ୍ୟ ବୃକକ୍ ଦେବାକୁ ପଛାଇବେ କାହିଁିକି?

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories