ଦାତି ମହାରାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ, ମାମଲା ରୁଜୁ

0

ନୂଆଦିଲ୍ଲୀ : ଶାନିଧାମ ମନ୍ଦିର ପ୍ରତିଷ୍ଠାତା ତଥା ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‍ ବଳାତ୍କାର ଅଭିଯୋଗରେ ମାମଲା ରୁଜୁ କରିଛି। ତାଙ୍କର ଜଣେ ଶିଷ୍ୟା ବଳାତ୍କାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୁଲିସ୍‍ ଏହାର ତଦନ୍ତ କରିଥିଲା। ତଦନ୍ତ ପରେ ସୋମବାର ଦିଲ୍ଲୀ ପୁଲିସ୍‍ ଦାତି ମହାରାଜଙ୍କ ବିରୋଧରେ ଆଇପିସି ଧାରାରେ ୩୭୬(ବଳାତ୍କାର), ୩୭୭ (ଅପ୍ରାକୃତିକ ଯୌନକ୍ରିୟା) ଏବଂ ୩୫୪ (ଅସଦାଚରଣ)ରେ ମାମଲା ରୁଜୁ କରିଛି। ପୁଲିସ୍‍ ସୂଚନା ଅନୁସାରେ ପୀଡ଼ିତା ଅଭିଯୋଗ କରିଥିଲେ ଯେ ପ୍ରାୟ ଦୁଇ ବର୍ଷ ପୂର୍ବେ ମନ୍ଦିର ଭିତରେ ମହାରାଜ ତାଙ୍କୁ ବଳାତ୍କାର କରିଥିଲେ। ଧମକ ଏବଂ ଲୋକଲଜ୍ୟା ଭୟରେ ସେ ଏତେଦିନ ମୁହଁ ଖୋଲି ପାରିନଥିଲେ। କେବଳ ସେ ଏକା ନୁହେଁ ଶାନିଧାମର ଅନେକ ମହିଳା ମହରାଜାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖ ଯେ ଦାତି ମହାରାଜ ଅନେକ ଟିଭି ଚ୍ୟାନେଲରେ ଜ୍ୟୋତିଷ ସମ୍ପର୍କିତ କାର୍ଯ୍ୟକ୍ରମ କରିଆସୁଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ରାଶିଫଳ ସମ୍ପର୍କିତ ଭିଡ଼ିଓ ଏବଂ ଅନ୍ୟ ସୂଚନା ପ୍ରଦାନ କରିଥାନ୍ତି। ତାଙ୍କ ଫେସ୍‍ବୁକ୍‍ ପେଜ୍‍କୁ ୩୪ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି।

Leave A Reply