www.samajalive.in
Sunday, December 14, 2025
26.1 C
Bhubaneswar

ପନିର ଦହିବରା

ଆବଶ୍ୟକ ସାମଗ୍ରୀ :
ପନିର-୨୦୦ଗ୍ରାମ୍‌
ଆଳୁ(ସିଝା)-୨ଟି
ଅଦା- ଅଧା ଇଞ୍ଚ
ଲୁଣ- ସ୍ୱାଦ ଅନୁସାରେ
କଞ୍ଚାଲଙ୍କା-୧ଟି
ତେଲ(ଛାଣିବା ପାଇଁ)
ସଜାଇବା ପାଇଁ :
ଦହି- ୪କପ୍‌
ମିଠା ଚଟଣି- ୧କପ୍‌
ଜିରା ଗୁଣ୍ଡ- ୨ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
କଳା ଲୁଣ- ୧ଚାମଚ
ଧନିଆ ପତ୍ର


ପ୍ରସ୍ତୁତି ପ୍ରଣାଳୀ:
ପନିର ଦହିବରା ବନାଇବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଆଳୁ,ପନିରକୁ ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ । ସେହି ମିଶ୍ରଣରେ ଛେଚା ହୋଇଥିବା ଅଦା,କଞ୍ଚା ଲଙ୍କା ଓ ଲୁଣ ମିଶାଇ ଭଲ ଭାବରେ ଚକଟି ୫ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ୫ମିନିଟ୍‌ ପରେ ମିଶ୍ରଣରୁ ଅଳ୍ପ କିଛି ନେଇ ବରା ପରି ଗୋଲ କରି ଗଢି ରଖନ୍ତୁ ।

- Advertisement -

ଗୋଟେ କଡେଇରେ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହୋଇଯିବା ପରେ ଗୋଲ କରିଥିବା ବରା ଗୁଡ଼ିକୁ ଛାଣନ୍ତୁ । ସୁନେଲୀ ରଙ୍ଗ ହେବା ପରେ ବରା ଗୁଡ଼ିକୁ ବାହାର କରି ଦିଅନ୍ତୁ ।

ଗୋଟିଏ ପାତ୍ରରେ ଛଣା ହୋଇଥିବା ପନିର ବରା ନିଅନ୍ତୁ । ତା ଉପରେ କଳା ଲୁଣ,ଜିରା ଗୁଣ୍ଡ,ଲଙ୍କା ଗୁଣ୍ଡ,ମିଠା ଚଟଣି,ଦହି ପକାନ୍ତୁ । ତା ଉପରେ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନିର ଦହିବରା ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories