www.samajalive.in
Monday, December 15, 2025
15.1 C
Bhubaneswar

ମହାମାରୀର ରୂପ ନେଉଛି ‘ନିପା’

ଏବେ ଏକ ନୂଆ ଭୂତାଣୁ ସଂକ୍ରମଣ ମହାମାରୀର ରୂପ ନେବାକୁ ବସିଲାଣି। ନିପା ନାମକ ଏହି ଭୂତାଣୁ ସଂକ୍ରମଣ ଦ୍ୱାରା କେରଳର କୋଝିକୋଡଠାରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଚାରିଜଣଙ୍କ ସମେତ ଚିକିତ୍ସା ଦାୟିତ୍ୱରେ ଥିବା ଜଣେ ନର୍ସଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସଂକ୍ରମଣ ସନ୍ଦେହରେ ୨୫ଜଣ ବ୍ୟକ୍ତିଙ୍କୁ ପରୀକ୍ଷଣ ମଧ୍ୟରେ ରଖାଯାଇଛି। ପୁନେ ଭାଇରୋଲୋଜି ଇନ୍‍ଷ୍ଟିଚ୍ୟୁଟରେ ରକ୍ତ ନମୁନା ପରୀକ୍ଷା କରାଯାଇ ତିନୋଟିରେ ନିପା ଭୂତାଣୁ ଥିବା ସ୍ପଷ୍ଟ କରାଯାଇଛି। କେରଳ ସରକାର ଏ ସଂକ୍ରାନ୍ତରେ କେନ୍ଦ୍ରର ସହାୟତା ଲୋଡିଥିବା ବେଳେ ଏନ୍‍ସିଡିସି (ନ୍ୟାସନାଲ ସେଣ୍ଟର ଫର୍‍ ଡିଜିଜ୍‍ କଣ୍ଟ୍ରୋଲ) ଟିମ୍‍ କେରଳରେ ଏହି ଭୂତାଣୁ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍‍ (ଆଇଏମ୍‍ଏ) ଭୂତାଣୁ ନଷ୍ଟ କରିବା ସହ ଅଧିକ ବ୍ୟକ୍ତି ଯେପରି ଏହି ସଂକ୍ରମଣର ଶିକାର ନହୁଅନ୍ତି, ସେଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଏହି ଭୂତାଣୁ କ’ଣ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, ଏହି ଭୂତାଣୁ ବାଦୁଡି ଦ୍ୱାରା ଫଳକୁ ଏବଂ ଫଳରୁ ମଣିଷ ଓ ପଶୁମାନଙ୍କୁ ସଂକ୍ରମଣ କରିଥାଏ। ୧୯୯୮ ମସିହାରେ ପ୍ରଥମଥର ମାଲେସିଆର କାମ୍ପୁଙ୍ଗ ସୁଙ୍ଗଇ ନିପା ଗ୍ରାମରେ ଏହି ସଂକ୍ରମଣ ଘଟଣା ଜଣାପଡିଥିବାରୁ ଏହି ଭୂତାଣୁର ନାମ ନିପା ରଖାଯାଇଛି। ଏହା ଏନ୍‍ସେଫାଲାଇଟିସ୍‍ର କାରଣ ହୋଇଥିବାରୁ ଏହାକୁ ନିପା ଭାଇରସ୍‍ ଏନ୍‍ସେଫାଲାଇଟିସ୍‍ ବୋଲି କୁହାଯାଉଛି। ୨୦୦୪ ମସିହାରେ ବାଂଲାଦେଶରେ ଏହି ଭୂତାଣୁ ପ୍ରକୋପ ଦେଖାଯାଇଥିବା ବେଳେ କେରଳରେ ଏହା ପ୍ରଥମ ଥର ପାଇଁ ବ୍ୟାପିଛି। ପ୍ରାଥମିକ ପରୀକ୍ଷଣରେ ଖଜୁରି ଚାଷ ସହିତ ଜଡିତ ବ୍ୟକ୍ତି ଏହି ସଂକ୍ରମଣର ଶିକାର ହେଉଥିବା ଜଣାଯାଇଛି।

ଲକ୍ଷଣ: ପ୍ରବଳ ଜ୍ୱର, ମୁଣ୍ଡରେ ଜଳାପୋଡା ହେବା ପରି ଭୟଙ୍କର ଯନ୍ତ୍ରଣା, ଶ୍ୱାସକ୍ରିୟାରେ ସମସ୍ୟା, ମତିଭ୍ରମ ହେବା ତଥା କୋମାକୁ ଚାଲିଯିବା ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଇଥାଏ। ଉଚିତ ସମୟରେ ଚିକିତ୍ସା ନମିଳିଲେ ରୋଗୀର ମୃତ୍ୟୁ ହୋଇଯାଏ। ଚିକିତ୍ସକମାନଙ୍କ ଅନୁସାରେ, କେତେକ କ୍ଷେତ୍ରରେ ୨୪-୨୮ଘଣ୍ଟା ମଧ୍ୟରେ ଲକ୍ଷଣ ବଢିଲେ ରୋଗୀ କୋମାକୁ ଚାଲିଯାଇପାରେ।
ପ୍ରତିଷେଧକ ନାହିଁ: ଏହି ରୋଗରେ ସଂକ୍ରମିତ ହୋଇଥିବା ମଣିଷ କିମ୍ବା ପଶୁଙ୍କ ଲାଗି ଏଯାବତ୍‍ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇପାରିନାହିଁ। ସଂକ୍ରମିତ ମଣିଷଙ୍କୁ କେବଳ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।

ଗଛରୁ ପଡିଥିବା ଫଳ ଖାଆନ୍ତୁନି: ଏହି ରୋଗରୁ ସୁରକ୍ଷା ପାଇବା ପାଇଁ ଫଳ, ବିଶେଷକରି ଖଜୁରି ଖାଇବା ମନା। ଗଛରୁ ଝଡି ତଳେ ପଡିଥିବା ଫଳ ଖାଆନ୍ତୁ ନାହିଁ। ରୋଗଗ୍ରସ୍ତ ଘୁଷୁରି ଏବଂ ଅନ୍ୟ ପଶୁଙ୍କଠାରୁ ଦୂରେଇ ରହନ୍ତୁ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories