ନୌବାହିନୀ ପାଇଁ ୧୩ଟି ୧୨୭ ଏମ୍‍ଏମ୍‍ କାଲିବର ବନ୍ଧୁକ

0

ନୂଆଦିଲ୍ଲୀ: ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ୩,୬୮୭ କେଟି ଟଙ୍କା ମୂଲ୍ୟର ପୁଞ୍ଜି ସଂଗ୍ରହ ପ୍ରସ୍ତାବକୁ ମଞ୍ଜୁର କରିଛି । ନୌବାହିନୀ ପାଇଁ ୧୩ଟି ୧୨୭ ଏମ୍‍ଏମ୍‍ କାଲିବର ବନ୍ଧୁକ କ୍ରୟକୁ ମଧ୍ୟ ଡିଏସି ଅନୁମୋଦନ କରିଛି ।

ଶୁକ୍ରବାର ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପରିଷଦର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଦେଶୀୟ ଜ୍ଞାନ କୌଶଳରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ଭାରତର ଅତ୍ୟାଧୁନିକ ଜ୍ଞାନକୌଶଳ ଦକ୍ଷତାର ସଠିକ୍‍ ଉପଯୋଗ ଲକ୍ଷରେ ୫୨୪ କୋଟି ଟଙ୍କା ବ୍ୟୟରେ ଡିଆରଡିଓ ଦ୍ୱାରା ବିକଶିତ ନାଗ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ଡିଏସି ମଞ୍ଜୁରି ପ୍ରଦାନ କରିଛି । ଏହି ବ୍ୟବସ୍ଥା ମଧ୍ୟରେ ତୃତୀୟ ପୀଢ଼ିର ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷେପଣାସ୍ତ୍ର -ନାଗ ଓ କ୍ଷେପଣାସ୍ତ୍ର ବାହି ଯାନ ରହିଛି । ନୌବାହିନୀ ପାଇଁ ୧୩ଟି ୧୨୭ ଏମ୍‍ଏମ୍‍ କାଲିବର ବନ୍ଧୁକ କ୍ରୟକୁ ମଧ୍ୟ ଡିଏସି ଅନୁମୋଦନ କରିଛି । ୩ହଜାର କୋଟି ଟଙ୍କା ବ୍ୟୟରେ ଆମେରିକାର ବିଏଇ ସିଷ୍ଟମ୍ସ ଠାରୁ ସେହି ବନ୍ଧୁକ ଗୁଡ଼ିକ କିଣାଯିବ।

Leave A Reply