ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ପ୍ରଥମେ ସ୍ଥାନୀୟ ବସ୍ ଷ୍ଟାଣ୍ଡଠାରୁ ୧୯ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ପାଚିକା ସହାୟିକାମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲ। ପାଚିକା ଓ ସହାୟିକାମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ, ପାଚିକା ସହାୟିକାମାନଙ୍କ ଇପିଏଫ, ଇସିଆଇସି ଲାଗୁ କରିବା ସହିତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ କରାଯାଉ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ, ସମସ୍ତ ପାଚିକା ଓ ସହାୟିକାମାନଙ୍କୁ ବୀମାଭୁକ୍ତ କରାଯାଉ, ଅବସରକାଳୀନ ଭତ୍ତା ପ୍ରଦାନ କରାଯାଉ ଆଦି ୬ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସଂଘର ସଭାନେତ୍ରୀ ସାବିତ୍ରୀ ମୁଣ୍ଡା, ସଂପାଦିକା ଉଲାସ ଭୋଇ, ଭାରତୀୟ ମଜଦୂର ସଂଘ କଳାହାଣ୍ଡି ଓ ନୂଆପଡ଼ା ଜିଲା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ସଂଗଠନ ସମ୍ପାଦକ ସୁରେନ୍ଦ୍ର ମୋହନ କର, କାର୍ଯ୍ୟକାରୀ ସଭାପତି ନବୀନ ଛତ୍ରୀଆ ସନ୍ୟାସ ପ୍ରଧାନ, କୌଶିକ କପାଟ, କମ୍ଭୁପାଣି ସାହୁ, ଉମାକାନ୍ତ ବାଗ, ଚନ୍ଦ୍ରିକା ରଣା, ସୁଷମା ପୁଝାରୀ, ପ୍ରତିମା ମାଝୀ, ବଳିତା ମହାକୁଡ଼, ସୈାଦାମିନି ମାଝୀ, ରଶ୍ମୀତା ବରିହା ପ୍ରମୁଖ ଯୋଗ ଦେଇଥିଲେ।

Comments are closed.