ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମିରୁ ମୁଷ୍ଟିମେୟ ବ୍ୟକ୍ତିଙ୍କ ଜବରଦଖଲ ହଟାଇବାକୁ ପୁନର୍ବାର ଲେଖି ଜଣାଇଲେ ଗ୍ରାମବାସୀ

ବିନିକା : ସରକାରୀ ଜମି ଜବରଦଖଲ ହଟାଇବା ସହ ମୁଷ୍ଟିମେୟ ବ୍ୟକ୍ତିଙ୍କଠାରୁ ସଂରକ୍ଷିତ ଜମିକୁ ଅବାଧ ଓ ମୁକ୍ତ କରିବା ଲାଗି ବିନିକା ତହସିଲ ଅନ୍ତର୍ଗତ ମୌଜା କର୍ତ୍ତଙ୍ଗ ଗ୍ରାମବାସୀ ଉତ୍ତେଜିତ ହୋଇ ପଡିଛନ୍ତି। କାରଣ ତହସିଲ ପ୍ରଶାସନ ସହିତ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଓ ବନ ବିଭାଗ ଜ୍ଞାତରେ ଏବଂ ବନ ବିଭାଗର ସହଯୋଗରେ ଉକ୍ତ ମୌଜାରେ କେତେକ ମୁଷ୍ଟିମେୟ ଲୋକ ସରକାରୀ ମାହାଲ ଅଧିନରେ ଥିବା ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ତଫସିଲ କିସମରେ ଥିବା ଶତାଧିକ ଏକର ଜମିକୁ ବେଆଇନ ଅକ୍ତିଆର କରି ଅଙ୍ଗନଦୀ ପଟକୁ ଯିବା ରାସ୍ତାକୁ ଅବରୋଧ କରି ଦେଇଛନ୍ତି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଶେଷ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ସରକାରୀ ମହାଲରେ ଥିବା ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମିକୁ କେତେକ ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଜମି ଜବରଦଖଲ ସେମାନେ କେଉଁଠାରେ ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ଦେଇଥିବା ବେଳେ ଆଉ କେଉଁଠାରେ ପ୍ରମୁଖ ଚଳପ୍ରଚଳ ସ୍ଥାନକୁ ଅବରୋଧ କରି ଦେଇଥିବାରୁ ଗ୍ରାମବାସୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଏସବୁ ବେଆଇନ ଜମି ଜବରଦଖଲ ଅକ୍ତିଆର ହଟାଇବାକୁ ବିନିକା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଏନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆବଶ୍ୟକ ସମାଧାନ ହୋଇ ନ ଥିବାରୁ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି। ତେବେ ଗ୍ରାମବାସୀଙ୍କ ଅଧିକାର ଓ ଅଭିଯୋଗ କ୍ରମେ ଜମି ଜବରଦଖଲରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଓ ବିନିକା ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ସଂମ୍ପୃକ୍ତ ଥାଇ ଏସବୁ ବେଆଇନ କାର୍ୟ୍ୟକଳାପ ଘଟି ଯାଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଏହାକୁ ନେଇ ଆଜି ପୁନର୍ବାର ବିନିକା ତହସିଲ ଓ ବନ ବିଭାଗ କାର୍ଯ୍ୟାଳୟକୁ ଆସି କର୍ତ୍ତଙ୍ଗ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏହାର କୌଣସି ସମାଧାନ ନହେବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଦ୍ବାରା ତୀବ୍ର ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ୟଗ୍ରାମ୍ୟ ଜଙ୍ଗଲ ଏବଂ ସର୍ବସାଧାରଣ ମାହାଲ କିସମର ସଂକ୍ଷିରତ ଗୋଚର ଜମି ଗୁଡ଼ିକୁ କିଛି ମୁଷ୍ଟିମେୟ ଲୋକେ ବେଆଇନ ଜବରଦଖଲ କରି ସେହି ଇଲାକାରେ ଲୋକଙ୍କ ପାଇଁ ଯିବା ଆସିବା ପଥ ଅବରୋଧ କରିଛନ୍ତି। ଏସବୁ ସତ୍ତ୍ବେ ଗ୍ରାମବାସୀଙ୍କ ଦ୍ବାରା ବାରମ୍ୱାର ଅଭିଯୋଗ ସତ୍ତ୍ବେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହାକୁ ନେଇ ଆଜି କର୍ତ୍ତଙ୍ଗ ଗ୍ରାମର ଶତାଧିକ ଲୋକ ଆସି ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଓ ବିନିକା ବନ ବିଭାଗ ଅଧିକାରୀ ଡମ୍ବରୁଧର ପ୍ରଧାନଙ୍କଠାରେ ଏନେଇ ପୁନର୍ବାର ଲିଖିତ ଅଭିଯୋଗ କରିଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନ ଠାରେ ଦାବି ରଖିଛନ୍ତି। ତେବେ ଯଦି ଏହାର ସଠିକ ସମାଧାନ ନହେଲେ କର୍ତ୍ତଙ୍ଗ ଗ୍ରାମବାସୀ ଆସନ୍ତା ୧୯ ତାରିଖ ଦିନ ରଖିଥିବା ଗାଈଗୋରୁ ସହ ବିନିକା ତହସିଲଦାରଙ୍କ କାର୍ୟ୍ୟାଳୟକୁ ଆଣି ପୁରେଇବା ସହିତ ପ୍ରଶାସନର ଦପ୍ତରରେ ତୀବ୍ର ଆନ୍ଦୋଳନ ଓ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ଆଜି ବିନିକା ତହସିଲଦାରଙ୍କ କାର୍ଯ୍ୟାଳୟକୁ ଆସି କର୍ତ୍ତଙ୍ଗ ଗ୍ରାମବାସୀ ଆସି ବିନିକା ତହସିଲ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଶାସନ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଥିଲେ। ଏ ସମ୍ପର୍କରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମସ୍ୟାର ସମାଧାନ ନିମନ୍ତେ ମୁଁ ବିନିକା ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛି ସେ ସମ୍ପୃକ୍ତ ମୌଜାକୁ ଯାଇ ସର୍ଜମିନ ତଦନ୍ତ କରି ରିପୋର୍ଟ ଦେବାକୁ କୁହା ଯାଇଛି ବୋଲି କହିଥିବା ବେଳେ ଏନେଇ ବିନିକା ବନ ବିଭାଗ ଅଧିକାରୀ ଡମ୍ବରୁଧର ପ୍ରଧାନଙ୍କୁ ପଚାରିବାରୁ ଗ୍ରମବାସୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରାଯିବ ଏବଂ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.