www.samajalive.in
Saturday, December 6, 2025
14.1 C
Bhubaneswar

ଖୁବ୍‍ଶୀଘ୍ର ଆସିବ ‘ଦବଙ୍ଗ୍‍ ୩’

ନୂଆଦିଲ୍ଲୀ : ସଲ୍‍ମାନ୍‍ ଖାନ୍‍ଙ୍କ ଅଭିନିତ ଚଳଚ୍ଚିତ୍ର ‘ଦବଙ୍ଗ୍‍’ ର ତୃତୀୟ ଭାଗକୁ ଦର୍ଶକ ବହୁତ ଦିନରୁ ଅପେକ୍ଷା କରି ରହିଛନ୍ତି। ବହୁତ ଥର ଏହାର ସୁଟିଂ ଓ କଳାକାରଙ୍କୁ ନେଇ ପ୍ରଶ୍ନ ଉଠିଥିଲେ ମଧ୍ୟ ସଠିକ୍‍ ଉତ୍ତର ମିଳିପାରି ନଥିଲା। ହେଲେ ବର୍ତ୍ତମାନ ଏହି ପ୍ରୋଜେକ୍ଟ ଆଗକୁ ବଢିଥିବା ଜଣାପଡ଼ିଛି।

- Advertisement -

ସଲ୍‍ମାନ୍‍ ଓ ସୋନାକ୍ଷୀ ନିଜ-ନିଜ ଟ୍ୱିଟର୍‍ ଆକାଉଣ୍ଟ୍‍ରେ ଏକ ଫଟୋ ସେୟାର୍‍ କରିଛନ୍ତି। ଏହି ଫଟୋରେ ‘ଦବଙ୍ଗ୍‍’ ର ପୁରୁଣା ଟିମ୍‍କୁ ଦେଖିବାକୁ ମିଳିଛି। ଏହି ଫଟୋ ସହ ସଲ୍‍ମାନ୍‍ ଲେଖିଛନ୍ତି, “କାଲି ରଜ୍ଜୋ ଓ ଚୁଲ୍‍ବୁଲ୍‍ ପାଣ୍ଡେ ସଂଯୋଗ ବସତଃ ମହେଶ ମାଞ୍ଜ୍‍ରେକର୍‍ ଓ ସାଜିତ୍‍-ୱାଜିତ୍‍ଙ୍କୁ ଭେଟିଲେ। ‘ଦବଙ୍ଗ୍‍’ ର ୮ ବର୍ଷ ହୋଇଗଲା। ଆସନ୍ତା ବର୍ଷ ‘ଦବଙ୍ଗ୍‍ ୩’ ରେ ଦେଖା ହେବ”। ଏଥିରୁ ଜଣାପଡ଼ୁଛି ଆସନ୍ତା ବର୍ଷ ‘ଦବଙ୍ଗ୍‍’ ର ତୃତୀୟ ଭାଗ ଆସିବାକୁ ଯାଉଛି। ଏହାସହିତ ଫଟୋରେ ସୋନାକ୍ଷୀଙ୍କ ଉପସ୍ଥିତି ରୁ ସଙ୍କେତ ମିଳୁଛି ଯେ ତୃତୀୟ ଭାଗରେ ମଧ୍ୟ ସେ ନଜର ଆସିବେ। ପୂର୍ବରୁ ସେ ‘ଦବଙ୍ଗ୍‍’ ର ଦୁଇଟି ଯାକ ଭାଗରେ କାମ କରି ସାରିଛନ୍ତି। ଏହି ଚଳଚ୍ଚିତ୍ରର ଦୁଇଟି ଯାକ ଭାଗ ବକ୍ସ ଅଫିସ୍‍ରେ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା। ଏହାପର ଠାରୁ ଚଳଚ୍ଚିତ୍ରର ତୃତୀୟ ଭାଗକୁ ଦର୍ଶକ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି। ଖବର ଅନୁସାରେ ଅର୍‍ବାଜ୍‍ ଖାନ୍‍ ‘ଦବଙ୍ଗ୍‍ ୩’ ର ପ୍ରଯୋଜନା ଭାର ବହନ କରୁ ନାହାନ୍ତି। ସେ ଅନ୍ୟ କୌଣସି ପ୍ରଡ଼କ୍ସନ୍‍ ହାଉସ୍‍ ଅଧୀନରେ ଏହି ଚଳଚ୍ଚିତ୍ର କରିବାକୁ ଚାହୁଁଛନ୍ତି। ତେବେ ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories