www.samajalive.in
Saturday, December 6, 2025
17.1 C
Bhubaneswar

ସୋମବାର ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ ବାମପନ୍ଥୀ ବିଚାରକ

ନୂଆଦିଲ୍ଲୀ: ଭୀମା କୋରେଗାଓ ହିଂସାରେ ସମ୍ପୃକ୍ତ ମାମଲାରେ ଗିରଫ ହୋଇଥିବା ୫ ବାମପନ୍ଥୀ ବିଚାରପନ୍ଥୀ ଆଗାମୀ ସୋମବାର ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ। ସୁପ୍ରିମ କୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି ସୋମବାର ହେବ। ବୁଧବାର ଏହି ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହେବାକୁ ଥିଲା। ତେବେ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୧୭ରେ କରିବାକୁ କୋର୍ଟ ପକ୍ଷରୁ ଧାର୍ଯ୍ୟ କରାଯାଇଛି।
ବୁଧବାର ଏହି ମାମଲାରେ ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋବର ତାଙ୍କ ପକ୍ଷ ରଖିଥିଲେ। ଗିରଫ ହୋଇଥିବା ସୁରେନ୍ଦ୍ର ଗଡ଼ଲିଙ୍ଗ କୋର୍ଟରେ ନିଜେ ତାଙ୍କ ପକ୍ଷ ରଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସୂଚନା ଦେଇଥିଲେ। ଶ୍ରୀ ଗଡ଼ଲିଙ୍ଗ ମାମଲା ପରିଚାଳନା କ୍ଷେତ୍ରରେ ୨୫ବର୍ଷର ଅନୁଭୂତି ରହିଛି। ତେଣୁ ତାଙ୍କୁ ନିଜ ପକ୍ଷ ରଖିବାକୁ ୍ରଅନୁମତି ପ୍ରଦାନ ନିମନ୍ତେ ସୁଯୋଗ ଦେବାକୁ ଶ୍ରୀ ଗ୍ରୋବର ଆବେଦନ କରିଥିଲେ। ଏହା ପରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲା।
ଦେଶର ବିଭିନ୍ନ ସ୍ଥାନରେ ଚଢଉ କରି ମହାରାଷ୍ଟ୍ର ପୁଲିସ ୫ବାମପନ୍ଥୀ ବିଚାରପନ୍ଥୀଙ୍କୁ ଗିରଫ କରିଥିଲେ। ସୁଧା ଭରଦ୍ୱାଜ, ବରବରା ରାଓ, ଗୌତମ ଲବଲଖା, ଅରୁଣ ଫେରେରା ଓ ୱେରନନ୍‍ ଗେଞ୍ଜାବ୍ଲିସ ପ୍ରମୁଖଙ୍କୁ ଗୃହବନ୍ଦୀ କରାଯାଇ ଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories