www.samajalive.in
Monday, December 15, 2025
24.1 C
Bhubaneswar

ସାଇବର ଠକେଇ : ୩ ଦିନରେ ୧୨୩ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଅନ୍‌ଲାଇନ୍ ସାଇବର ଠକ। ଗତ ୩ ଦିନରେ ୧୨୩ ଜଣ ଠକେଇର ସମ୍ମୁଖୀନ ହୋଇଥିବା ନେଇ କମିସନରେଟ ପୁଲିସର ସାଇବର ସହାୟତା କେନ୍ଦ୍ରରେ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ରାଜଧାନୀରେ ୪୬ ଜଣ ସାଇବର ଅପରାଧୀଙ୍କ ବିଭିନ୍ନ କୌଶଳରେ ପଡ଼ି ହରାଇଛନ୍ତି ୧୦,୩୮,୫୦୧ ଟଙ୍କା। ପ୍ରତ୍ୟେକ ଦିନ ୨୦ରୁ ୩୦ ଜଣ ପର୍ଯ୍ୟନ୍ତ ସାଧାରଣ ଲୋକ ଅପରାଧୀଙ୍କ ହାବୁଡ଼ରେ ପଡୁଛନ୍ତି। ଲୋକେ ଯେତେ ସତର୍କ ହେଲେ ବି ସାଇବର ଅପରାଧୀଙ୍କ ନୂଆ ଉପାୟରୁ ମୁକୁଳି ପାରୁ ନାହାନ୍ତି। କମିସନରେଟ ପୁଲିସ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଠକେଇ ଅଭିଯୋଗ ଗ୍ରହଣ କରିସାରିଲାଣି।

ଗତ ୨୪ ତାରିଖରେ ସାଇବର ସହାୟତା କେନ୍ଦ୍ରରେ ୩,୮୬,୦୦୦ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିଲା, ସେହିପରି ୨୫ରେ ୩,୫୪,୫୦୧ ଏବଂ ସାଧାରଣତନ୍ତ୍ର ଦିବସରେ ମଧ୍ୟ ୨,୯୮,୦୦୦ ଟଙ୍କା ଅଭିଯୋଗ ହୋଇଥିଲା। ଏସବୁ ମଧ୍ୟରେ ସବୁଠାରୁ ଅଧିକ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ଠକେଇ ଅଭିଯୋଗ ରହିଛି। ରାଜଧାନୀରେ ଅଧିକ ସାଇବର ଠକେଇ ସମ୍ପର୍କରେ ଅଭିଯୋଗ ହେଉଥିବାରୁ ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଜାନୁଆରୀ ୭ରେ ଏକ ସହାୟତା ନମ୍ବର ଜାରି କରାଯାଇଥିଲା। ପୁଲିସ କମିସନର ଏହି ନମ୍ବର ଜାରି କରିଥିଲେ। ଏହା ପରେ ରାଜଧାନୀରେ ପ୍ରତ୍ୟେକ ଦିନ ସାଇବର ଠକେଇ ନେଇ ଅଭିଯୋଗ ଆସୁଛି। ଗତ କିଛି ଦିନ ହେବ ଠକେଇ ଅଭିଯୋଗ ସାମାନ୍ୟ ହ୍ରାସ ପାଇଛି। ସହାୟତା ନମ୍ବର ଜାରି ହେବାର କିଛି ଦିନ ଭିତରେ ୬୦ରୁ ଅଧିକ ଅଭିଯୋଗ ଆସୁଥିଲା। ଦୈନିକ ହାରାହାରି ୩୦ଟି ପାଖାପାଖି ଅଭିଯୋଗ ରଖାଯାଉଥିଲା। ଗତ ୩ ଦିନରେ ୪୬ଟି ଅଭିଯୋଗ ହୋଇଛି। ସେଥିରୁ ୨୦ଟି ଫୋନ୍ ନମ୍ବରକୁ ବ୍ଲକ୍‌ କରିବାକୁ କମିସନରେଟ ପୁଲିସ ପକ୍ଷରୁ ସୁପାରିସ କରାଯାଇଛି।

- Advertisement -

ଗତ ୩ ଦିନ ମଧ୍ୟରେ ସାଇବର ସହାୟତା କେନ୍ଦ୍ରକୁ ମୋଟ ୧୨୩ଟି କଲ୍ ଆସିଥିବାବେଳେ ସେଥିରେ ୭୭ଟି କଲ୍‌ ରାଜଧାନୀ ବାହାରୁ ଆସିଥିଲା ବୋଲି ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏବେବି ରାଜ୍ୟର ଅନ୍ୟପ୍ରାନ୍ତରୁ ଠକେଇ ନେଇ ଅଭିଯୋଗ କରୁଛନ୍ତି। ୩ ଦିନରେ ଭୁବନେଶ୍ବରରୁ ଆସିଥିବା ଅଭିଯୋଗ ମଧ୍ୟରେ ୯ଟି ଏଟିଏମ୍ ଠକେଇ ହୋଇଥିବାବେଳେ ୧୪ଟି ୟୁପିଆଇ ଠକେଇ ରହିଛି। ସାଇବର ଠକେଇର ବର୍ତ୍ତମାନ ଏକ ନୂଆ ଧାରା ଦେଖିବାକୁ ମିଳିଛି। ବିଶେଷକରି ଫେସ୍‌ବୁକ୍‌ରେ ବନ୍ଧୁତ୍ବ ସ୍ଥାପନ ପରେ ଅଶ୍ଲୀଳ ଫଟୋ ପଠାଇ ବ୍ଲାକ୍‌ ମେଲ୍‌ କରି ଠକେଇ ବଢୁଥିବା ଡିସିପି କହିଛନ୍ତି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories