www.samajalive.in
Saturday, December 6, 2025
16.1 C
Bhubaneswar

ବସ – ହାଇୱା ଧକ୍କା ; ୪ ଆହତ

ହରଭଙ୍ଗା : ବୌଦ୍ଧ ଜିଲା  ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସକାଳୁ ସକାଳୁ ଏକ ଯାତ୍ରୀବାହୀ ବସ୍ ଏକ ହାଇଓାକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ଗାଡି ଚାଳକ ସମେତ ବସର ମ୍ୟାନେଜର ,କଣ୍ଡକ୍ଟର,ଏବଂ ଖଲାସୀ ଭଳି ୪ଜଣ କର୍ମଚାରୀ ଆହାତ ହୋଇଥିବା ଜଣାପଡିଛି । ଗାଡିରେ ଥିବା ୪୦ଜଣ ଯାତ୍ରୀ ସୌଭାଗ୍ୟବଶତଃ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଯୋଗ୍ୟ  ବୁଧୁବାର ରାତିରେ ନୀଳକଣ୍ଠେଶ୍ୱର ନାମକ ଯାତ୍ରୀବାହୀ ବସଟି ମାଲକାନଗିରିରୁ ଭୂବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଆଜି ସକାଳୁ ସକାଳୁ ଚାରିଛକ ଅତିକ୍ରମ କରୁଥିବା ସମୟରେ ବସ ଚାଳକର ଆଖି ଲାଗିଯିବାରୁ ଗାଡିଟି ଭାରସାମ୍ୟ ହରାଇ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଚାଳକ ଜିତେନ୍ଦ୍ର ପ୍ରଧାନ,ମ୍ୟାନେଜର ସମ୍ଭୁନାଥ ପାଲଟାଶୀ,କଣ୍ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ଦାଶ ଏବଂ ଖଲାସୀ ଅଶ୍ୱିନୀ ସାହୁ ଆହତ ହୋଇଥିଲେ। ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ଗାଡିରୁ ଆହାତମାନଙ୍କ ସହିତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ସମସ୍ତ ଆହାତଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ମେଡିକାଲ ପଠାଯାଇଥିଲା। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories