www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ବସ୍ତରୀୟ ହେବ ୟୁନିଟ୍‌-୪ ହାଟ

ଭୁବନେଶ୍ବର: ୟୁନିଟ୍‌-୪ ହାଟର ଉନ୍ନତୀକରଣ କରାଯିବ। ଏନେଇ ବୃହତ ଯୋଜନା ପ୍ରସ୍ତୁତ ହେବ। ଏହାକୁ ଏକ ବିଶ୍ୱସ୍ତରୀୟ ପରିବା ଓ ଆମିଷ ହାଟରେ ପରିଣତ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ହାଟ ପରିଦର୍ଶନ କରି କହିଛନ୍ତି। ବିଡିଏ ଓ ବିଏମ୍‌ସିର ଏକ ସ୍ୱତନ୍ତ୍ର ଟିମ୍‌ ହାଟ ଅଞ୍ଚଳର ସର୍ବେକ୍ଷଣ କରିବେ। ଏହାସହ ହାଟର ପ୍ରବେଶପଥରୁ ବେଆଇନ ଦୋକାନଗୁଡ଼ିକୁ ତୁରନ୍ତ ଉଚ୍ଛେଦ ପାଇଁ କମିସନର ନିର୍ଦେଶ ଦେଇଛନ୍ତି।

କମିସନର ଦକ୍ଷିଣ ପୂର୍ବ ମଣ୍ଡଳ ୩୬ ନମ୍ବର ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନାଗରିକଙ୍କ ସମସ୍ୟା ବୁଝିଥିଲେ। ସମସ୍ୟାର ସମାଧାନ ନିମନ୍ତେ ବିଏମ୍‌ସି ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କମିସନର ପ୍ରଥମେ ମଧୁସୂଦନ ନଗରସ୍ଥିତ ବିବେକାନନ୍ଦ ବିଦ୍ୟାଳୟ ବୁଲି ଦେଖିଥିଲେ। ୩୬ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନରେନ ସାହୁଙ୍କ ନେତୃତ୍ବରେ ୱାର୍ଡର ବରିଷ୍ଠ ନାଗରିକ, ମହିଳା ସ୍ବେଚ୍ଛାସେବୀ ଓ ନାଗରିକବୃନ୍ଦ ତାଙ୍କୁ ସ୍ୱାଗତ ଜଣାଇଥିଲେ । ବିଡିଏ ସିଟି ସେଣ୍ଟର ମଧ୍ୟରେ ଖୁବ୍‌ଶୀଘ୍ର ଜଳ ଓ ମଳ ନିଷ୍କାସନ ନିମନ୍ତେ କାର୍ଯ୍ୟାରମ୍ଭ ପାଇଁ ଉପସ୍ଥିତ ଯନ୍ତ୍ରୀଙ୍କୁ ଖସଡ଼ା ପ୍ରସ୍ତୁତି ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ୟୁନିଟ୍‌ ୪ ପାର୍କରେ ପ୍ରାଚୀର ଚିତ୍ରାଙ୍କନ ଦେଖି ଏଜି କଲୋନୀଠାରେ ନୂତନ ଭାବେ ନିର୍ମିତ କ୍ଷୁଦ୍ର କ୍ରିୟାନ୍ବୟନ କେନ୍ଦ୍ର ପରିଦର୍ଶନ କରିଥିଲେ। ଏମ୍‌ଏଲ୍‌ଏ କଲୋନୀସ୍ଥିତ ପ୍ୟାସନ କ୍ଲବ୍‌ଠାରେ ସାଧାରଣତନ୍ତ୍ର ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କ୍ଲବ୍‌ କ୍ରିକେଟ ପଡ଼ିଆର ଉନ୍ନତୀକରଣ ଓ କ୍ରୀଡ଼ା କିଟ୍‌ ପ୍ରଦାନ ନିମନ୍ତେ ବିଏମ୍‌ସି ତରଫରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ଚୌଧରୀ କହିଥିଲେ। ମଣ୍ଡଳର ଉପ ଆୟୁକ୍ତ ଅଂଶୁମାନ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସହକାରୀ କମିସନର ଲିଲନ ପ୍ରସାଦ ସାହୁ, ନିର୍ବାହୀ ଯନ୍ତ୍ରୀ ଅସୀମ ମିଶ୍ର, ଗୌତମ ଦାସ, ସହକାରୀ ଯନ୍ତ୍ରୀ ପ୍ରକାଶ ପ୍ରଧାନ, ପରିମଳ ବିଶେଷଜ୍ଞ ପବିତ୍ର ମୋହନ ପଣ୍ଡା, ୱାର୍ଡ ପର୍ଯ୍ୟବେକ୍ଷକ କ୍ଷେତ୍ରମୋହନ ଦାସ, ୱାର୍ଡ ଅଧିକାରୀ ମାନସ ମିଶ୍ର, ପ୍ରଦୀପ ଡାକୁଆ, ଶକ୍ତି ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories