www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା ଆଜି

ବ୍ରିଷ୍ଟଲ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ମଙ୍ଗଳବାର ଦୁଇ ଏସୀୟ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କୁ ଚଳିତ ବିଶ୍ବକପ୍‌ର ଫେଭରିଟ୍‌ ତାଲିକାରେ କ୍ରିକେଟ ବିଶେଷଜ୍ଞ ରଖିନାହାନ୍ତି ସତ; ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚ୍ ଜିତିବା ସହ ସେମିଫାଇନାଲ ଆଡ଼କୁ ଅଗ୍ରସର ହେବାର ଲକ୍ଷ୍ୟ ରଖିଛନ୍ତି। ଆଇସିସି ଦିନିକିଆ ମାନ୍ୟତାରେ ବାଂଲାଦେଶ ଉପରେ ଶ୍ରୀଲଙ୍କା ଥିଲେ ହେଁ ଅଦ୍ୟାବଧି ପ୍ରଦର୍ଶନ ଅନୁସାରେ ବାଂଲାଦେଶ ଆଗରେ ରହିଛି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତକରି ବିପର୍ଯ୍ୟୟ ଘଟାଇ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲା। ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଢ଼େଇ କରିଥିଲେ ହେଁ ବାଂଲାଦେଶ ପରାସ୍ତ ହୋଇଥିଲା।
ଅନ୍ୟପକ୍ଷରେ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ ପ୍ରଦର୍ଶନ କରି ଶ୍ରୀଲଙ୍କା ତା’ର ଅଭିଯାନ ଆରମ୍ଭ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଶ୍ରୀଲଙ୍କା ମାତ୍ର ୧୩୬ ରନ୍‌ରେ ଅଲ୍‌ଆଉଟ ହୋଇ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ଛାଡ଼ି ଶ୍ରୀଲଙ୍କାର କୌଣସି ବ୍ୟାଟ୍‌ସମ୍ୟାନ୍ ଏହି ମ୍ୟାଚ୍‌ରେ ରନ୍ କରି ପାରିନଥିଲେ। ୨ୟ ମ୍ୟାଚ୍‌ରେ ଏସୀୟ ଦେଶ ଆଫ୍‌ଗାନିସ୍ତାନ ବିପକ୍ଷରେ ଜିତିବା ଲାଗି ଶ୍ରୀଲଙ୍କାକୁ ନାକେଦମ୍ ହେବାକୁ ପଡ଼ିଥିଲା। ଓପ୍‌ନର କୁଶଳ ପରେରା ୭୮ ରନ୍‌ର ଇନିଂସ ଖେଳିଥିଲେ ହେଁ ଶ୍ରୀଲଙ୍କା ମାତ୍ର ୨୦୧ ରନ୍‌ରେ ଅଲ୍ଆଉଟ ହୋଇଥିଲା। ପରେ ଶ୍ରୀଲଙ୍କାର ଦୁଇ ଫାଷ୍ଟବୋଲର ନୁୱାନ୍ ପ୍ରଦୀପ ଓ ଲାସିଥ୍ ମାଲିଙ୍ଗା ମିଳିତ ଭାବେ ୭ଟି ୱିକେଟ ନେବାରୁ ଶ୍ରୀଲଙ୍କା ବିଜୟୀ ହୋଇ ପାରିଥିଲା। ବର୍ଷା ଯୋଗୁଁ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାର ମ୍ୟାଚ୍ ବାତିଲ ହୋଇ ଯାଇଥିଲା। ଅନ୍ୟ ଏସୀୟ ଦେଶ ବାଂଲାଦେଶ ଅଦ୍ୟାବଧି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ହେଁ ୩ଟିରୁ ମାତ୍ର ଗୋଟିଏ ମ୍ୟାଚ୍ ଜିତିପାରିଛି। ଦଳର ଦୁଇ ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ସାକିବ୍ ଅଲ୍‌ ହାସନ୍ ଓ ମୁସ୍‌ଫିକୁର ରହିମ୍‌ଙ୍କ ଚମତ୍କାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ୩୩୦ ରନ୍ କରି ବିଜୟୀ ହୋଇ ପାରିଥିଲା। ଏହି ମ୍ୟାଚ୍ ଜିତିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା ଏବଂ ମାତ୍ର ୨ ୱିକେଟରେ ପରାସ୍ତ ହୋଇଥିଲା। ତେବେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ୩ୟ ମ୍ୟାଚ୍‌ରେ ବାଂଲାଦେଶ ବୋଲିଂକୁ ଆକ୍ରମଣ କରିବାର ନିଷ୍ପତ୍ତି ନେଇଥିଲେ। ପରେ ସାକିବ୍ ଅଲ୍‌ ହାସନ୍ ଶତକ ମାରିଥିଲେ ହେଁ ବାଂଲାଦେଶ ଶତାଧିକ ରନ୍‌ରେ ପରାସ୍ତ ହୋଇଥିଲା। ୩ଟିଯାକ ମ୍ୟାଚ୍‌ରେ ସାକିବ୍ ଅଲ୍‌ ହାସନ୍ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂକରି ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କୁ ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କ ସହଯୋଗ ମିଳିଲେ; ବାଂଲାଦେଶ ବିଶ୍ବର ଶ୍ରେଷ୍ଠ ବୋଲିଂ ଆକ୍ରମଣ ବିପକ୍ଷରେ ବଡ଼ ରନ୍ କରିପାରିବ। ବାଂଲାଦେଶର ଦୁଇ ସ୍ପିନର ସାକିବ୍ ଓ ମେହ୍‌ଦି ହାସନ୍ ମିରାଜ୍ ଭଲ ବୋଲିଂ କରୁଥିଲେ ହେଁ ପେସ୍ ବୋଲରଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଶ୍ରୀଲଙ୍କାର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ କୁଶଳ ମେଣ୍ଡିସ୍ ଓ ସବୁଠାରୁ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ନିଶ୍ଚିତ ଭାବେ ରନ୍ କରିବାକୁ ପଡ଼ିବ। ଗତ ୨ଟିଯାକ ମ୍ୟାଚ୍‌ରେ ମେଣ୍ଡିସ୍ ଓ ମାଥ୍ୟୁସ୍ ବିଫଳ ହୋଇଛନ୍ତି। ଆହତ ହେବା ଯୋଗୁଁ ପେସ୍ ବୋଲର ନୁୱାନ୍ ପ୍ରଦୀପ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ସୁରଙ୍ଗା ଲାକ୍‌ମଲ ଖେଳିପାରନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories