www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନ-ଶ୍ରୀଲଙ୍କା ମୁକାବିଲା ଆଜି

ଲଣ୍ଡନ : ଚଳିତ ବିଶ୍ବକପ୍‌ରେ ଶୁକ୍ରବାର ଦୁଇ ଏସୀୟ ଦେଶ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ହେଁ ୨ୟ ମ୍ୟାଚ୍‌​ ଜିତି ବିଜୟଧାରାକୁ ଫେରିଛନ୍ତି। ତେବେ ଶ୍ରୀଲଙ୍କା ଅପେକ୍ଷା ପାକିସ୍ତାନର ମନୋବଳ ଦୃଢ଼ରହିଛି। ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍‌ଠାରୁ ପରାସ୍ତହେବା ପରେ ୨ୟ ମ୍ୟାଚ୍‌ରେ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା ପାକିସ୍ତାନ। ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ବିପକ୍ଷରେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ କଷ୍ଟସାଧ୍ୟ ବିଜୟ ହାସଲ କରିବା ପରେ ଶ୍ରୀଲଙ୍କା ସାମାନ୍ୟ ଆତ୍ମବିଶ୍ବାସ ଫେରିପାଇଛି। ତଥାପି ଏହା ସେପରି ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନାହିଁ। ତେଣୁ ଏହି ଦୁଇ ପୂର୍ବତନ ବିଶ୍ବ ଚମ୍ପିଆନ୍‌ଙ୍କ ମଧ୍ୟରେ ମୁକାବିଲାରେ ପାକିସ୍ତାନର ପଲ୍ଲା ନିଶ୍ଚୟ ଭାରିରହିବ।
ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ସହଜରେ ପରାସ୍ତହେବା ପରେ ୨ୟ ମ୍ୟାଚ୍‌ରେ ଚମ୍ପିଆନ୍‌ଙ୍କ ପରି ପ୍ରଦର୍ଶନ କରିଥିଲା ପାକିସ୍ତାନ। ଇଂଲଣ୍ଡ ବିପକ୍ଷରେ ଏହାର ଉପର ଅର୍ଡରର ୬ ଜଣଯାକ ବ୍ୟାଟ୍‌ସମ୍ୟାନ୍ ଭଲ ସ୍କୋର୍ କରିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡର ଜୋ ରୁଟ୍ ଓ ଜୋସ୍ ବଟ୍‌ଲର ଶତକ ମାରିଥିଲେ ହେଁ ଏହା ପରାସ୍ତ ହୋଇଥିଲା। ପୁଣି ହାସନ୍ ଅଲୀଙ୍କୁ ଛାଡ଼ି ପାକିସ୍ତାନର ସମସ୍ତ ବୋଲର ୱିକେଟ ନେଇଥିଲେ। ସବୁଠାରୁ ବଡ଼ କଥା ହେଉଛି; ଇଂଲଣ୍ଡର ପେସ୍ ବୋଲିଂ ଉପଯୋଗୀ ବାତାବରଣରେ ଘରୋଇ ପେସ୍ ଆକ୍ରମଣ ବିପକ୍ଷରେ ପାକିସ୍ତାନ ୩୪୮ ରନ୍ କରି ପାରିଥିଲା। ଏହା ଦଳର ମନୋବଳ ପାଇଁ ଟନିକ୍ ପରି କାମକରିବ ନିଶ୍ଚୟ। ପୁଣି ଦଳର ପ୍ରମୁଖ ପେସ୍ ବୋଲର ମହମ୍ମଦ ଆମିର ୨ଟି ମ୍ୟାଚ୍‌ରୁ ୫ଟି ୱିକେଟ ନେଇ ସାରିଲେଣି। ମହମ୍ମଦ ହଫିଜ୍‌ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ହୋଇଛି।ଶ୍ରୀଲଙ୍କା ପାଇଁ ସମସ୍ୟା ହୋଇଛି ଏହାର ବ୍ୟାଟିଂ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୧୩୬ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ ହୋଇ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଅଧିନାୟକ ଦିମୁଥ୍ କରୁଣାରତ୍ନେଙ୍କୁ ଛାଡ଼ି କେହି ବଡ଼ ସ୍କୋର୍ କରି ପାରିନଥିଲେ। ଆଫ୍‌ଗାନିସ୍ତାନ ବିପକ୍ଷରେ ୨ୟ ମ୍ୟାଚ୍‌ରେ କୁଶଳ ପରେରାଙ୍କ ୭୮ ରନ୍ ସତ୍ତ୍ବେ ୫୭ ରନ୍‌ରେ ଶେଷ ୯ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ସ୍ପିନର ହିଁ ଶ୍ରୀଲଙ୍କା ବ୍ୟାଟିଂର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲେ। କୁଶଳ ମେଣ୍ଡିସ୍ ଓ ଆଞ୍ଜେଲୋ ମାଥ୍ୟୁସ୍‌ଙ୍କଠାରୁ ଶ୍ରୀଲଙ୍କା ବଡ଼ ସ୍କୋର୍‌ର ଆଶା ରଖିଛି।
ତେବେ ଆଫ୍‌ଗାନିିସ୍ତାନ ବିପକ୍ଷରେ ଶ୍ରୀଲଙ୍କାର ଦୁଇ ପେସ୍ ବୋଲର ଲାସିଥ୍ ମାଲିଙ୍ଗା ଓ ନୁୱାନ୍ ପ୍ରଦୀପ ଭଲ ବୋଲିଂକରିବା ଦଳକୁ ଉତ୍ସାହିତ କରିଛି। ଅନ୍ୟପକ୍ଷରେ ଇଂଲଣ୍ଡକୁ ୧୪ ରନ୍‌ରେ ହରାଇ କ୍ରମାଗତ ୧୧ଟି ଦିନିକିଆ ମ୍ୟାଚ୍‌ ହାରିବାର ଧାରା ପାକିସ୍ତାନ ଭାଙ୍ଗିପାରିଛି। ପୁଣି ପାକିସ୍ତାନକୁ ଏହା ଆତ୍ମବିଶ୍ବାସ ଦେବ ଯେ ବିଶ୍ବକପ୍‌ରେ ଶ୍ରୀଲଙ୍କାଠାରୁ ଏହା ଆଦୌ ହାରିନାହିଁ। ଉଭୟ ଦଳଙ୍କ ମଧ୍ୟରେ ବିଶ୍ବକପ୍‌ରେ ୭ଟି ମୁକାବିଲା ହୋଇଥିବା ବେଳେ ପ୍ରତିଥର ପାକିସ୍ତାନ ହିଁ ଜିତିପାରିଛି। ପାକିସ୍ତାନର ପ୍ରଶିକ୍ଷକ ମିକି ଆର୍ଥର ସୂଚନା ଦେଇଛନ୍ତି ଯେ ପାକିସ୍ତାନ ନିର୍ଭୟ କ୍ରିକେଟ ଖେଳିବା ଜାରିରଖିବ। ପ୍ରତିଦ୍ବନ୍ଦ୍ବିତାମୂଳକ ହେବାକୁ ହେଲେ ଶ୍ରୀଲଙ୍କାକୁ ତା’ର ପ୍ରଦର୍ଶନ ସ୍ତରକୁ ଉପରକୁ ଉଠାଇବାକୁ ପଡ଼ିବ। ତେବେ ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ ଏଡ଼ାଇବା ପାଇଁ ଶ୍ରୀଲଙ୍କା ପ୍ରୟାସ କରିବା ଉଚିତ। ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ୧୪ ରନ୍‌ରେ ୫ଟି ଏବଂ ଆଫ୍‌ଗାନିସ୍ତାନ ବିପକ୍ଷରେ ୩୬ ରନ୍‌ରେ ୭ଟି ୱିକେଟ ହରାଇଥିଲା। ନ୍ୟୁଜିଲାଣ୍ଡ ଫାଷ୍ଟବୋଲରଙ୍କ ବିପକ୍ଷରେ ଶ୍ରୀଲଙ୍କା ବ୍ୟାଟ୍‌ସମ୍ୟାନଙ୍କ ଦୁର୍ବଳତାକୁ ଦେଖି ପାକିସ୍ତାନ ଏହି ମ୍ୟାଚ୍‌ରେ ଯୁବ ଫାଷ୍ଟବୋଲର ମହମ୍ମଦ ହସ୍‌ନୈନ୍‌ଙ୍କୁ ଖେଳାଇବା କଥା ବିଚାର କରିପାରେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories