www.samajalive.in
Sunday, December 7, 2025
14.1 C
Bhubaneswar

କ୍ରିକେଟ୍‍ ବିଶ୍ୱକପ୍‍ : ୱାର୍ଣ୍ଣରଙ୍କ ଶତକ ବଳରେ ରନ୍‍ର ପାହାଡ଼ ଛିଡ଼ାକଲା ଅଷ୍ଟ୍ରେଲିଆ, ବାଂଲାଦେଶ ପାଇଁ ୩୮୨ ରନର ବିଜୟ ଲକ୍ଷ୍ୟ

ଟ୍ରେଣ୍ଟବ୍ରିଜ୍ : କ୍ରିକେଟ୍ ବିଶ୍ଵକପ୍-୨୦୧୯ର ୨୬ତମ ମ୍ୟାଚ୍ ଗୁରୁବାର ଇଂଲଣ୍ଡ ଟ୍ରେଣ୍ଟବ୍ରିଜ୍ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ- ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୧ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆର ବିଶାଳ ସ୍କୋର ପଛରେ ଡ଼େଭିଡ଼୍ ୱାର୍ଣ୍ଣରଙ୍କ ବିଶେଷ ଅବଦାନ ରହିଛି। ଡ଼େଭିଡ଼୍ ୱାର୍ଣ୍ଣର ୧୪୭ଟି ବଲ ଖେଳି ୧୪ଟି ଚୌକା ଓ ୫ଟି ଛକା ସହାୟତାରେ ୧୬୬ ରନ୍ କରିଛନ୍ତି। ସେହିଭଳି ଉସମାନ ଖ୍ବାଜା ୭୨ ବଲରୁ ୧୦ଟି ଚୌକା ସହାୟତାରେ ୮୯ ରନ୍, ଅଧିନାୟକ ଆରୋନ ଫିଞ୍ଚ ୫୧ ବଲରୁ ୫୩ ରନ୍( ୫ ଚୌକା, ୨ ଛକା), ମାକ୍ସୱେଲ ୧୦ଟି ବଲରୁ ତିନୋଟି ଛକା ୨ଟି ଚୌକା ସହାୟତାରେ ଦ୍ରୁତ ୩୨ ରନ କରିଛନ୍ତି।
ବାଂଲଦେଶ ପକ୍ଷରୁ ସୋମ୍ୟ ସରକାର ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି।

ବର୍ଷା ଯୋଗୁଁ ଏହି ମ୍ୟାଚକୁ ୪୯ ଓଭରରେ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। କିଛି ସମୟ ପରେ ବର୍ଷା ଛାଡ଼ିଯିବାରୁ ବାକି ଥିବା ଆଉ ଏକ ଓଭର ଖେଳାଯାଇଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories