ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ: ମଙ୍ଗଳବାର ରାଶିଫଳ
ମେଷ: ଈପ୍ସିତ ଅର୍ଥ ପ୍ରାପ୍ତିରେ କୌଣସି ପ୍ରତିବନ୍ଧକ ଉପୁଜିବ ନାହିଁ। ଶୁଭ କାର୍ଯ୍ୟ ପାଇଁ ଦିନଟି ଅନୁକୂଳ ରହିଛି। ଦେବ ଦର୍ଶନରେ ସମସ୍ତ ରିଷ୍ଟ ଖଣ୍ଡନ ହେବ। ଅଶାନ୍ତି ଦୂର ହେବ। ସରକାରୀ ସହାୟତା ମିଳିବ।
ବୃଷ: ତ୍ୟାଗଶୀଳ ମନୋବୃତ୍ତିର ହେବେ। ମତିଜ୍ଞ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ୍ ହେବେ। ସହିଷ୍ଣୁ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରିବେ। ମନ ପ୍ରଫୁଲ୍ଲ ରହିବ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: ରୋଜଗାର ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ। ଖାଦ୍ୟ ସୁସ୍ବାଦୁ ଓ ସୁଧା ତୁଲ୍ୟ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ରହିବେ।
କର୍କଟ:ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବା ଆପଣଙ୍କ ପକ୍ଷେ ବୁଦ୍ଧିମାନର କାର୍ଯ୍ୟ ହେବ। ମନରେ ଦୁଶ୍ଚିନ୍ତା ଜାତ ହୋଇପାରେ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ।
ସିଂହ: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।
କନ୍ୟା:କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ଲାଭ କରିବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ସତର୍କ ରହିବେ।
ତୁଳା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ନ୍ୟସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ।
ବିଛା: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। ଉପୁଜିବାକୁ ଥିବା ସମସ୍ୟାକୁ ମୁକାବିଲା କରି ତାର ସମାଧାନରେ ସଫଳ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଲୋକପ୍ରିୟ ହେବେ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରି ଶୃଙ୍ଖଳା ରକ୍ଷା କରିବାରେ ପାରଙ୍ଗମ ହେବେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ।
ମକର: ଶତ୍ରୁ ଯେତେ ବଳବାନ୍ ହେଉ ନା କାହଁିକି ଆପଣଙ୍କ ରଣ କୌଶଳ ନିକଟରେ ସେ ନତମସ୍ତକ ହୋଇପାରେ। ଋଣ ପରିଶୋଧ କରି ଆଶ୍ବସ୍ତି ହେବେ। ଶୁଭ କାର୍ଯ୍ୟ କରଣୀୟ। ସୁସମ୍ବାଦ ପାଇ ପ୍ରଫୁଲ୍ଲିତ ହେବେ।
କୁମ୍ଭ:ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବେ।
ମୀନ: ପରିଶ୍ରମୀ ହେବେ। କାର୍ଯ୍ୟ ଯେତେ କଠିନ ଓ କଷ୍ଟସାଧ୍ୟ ହେଲେ ବି ତା’ର ସୁସମ୍ପାଦନା କରି ଉଚିତ୍ ମୂଲ୍ୟ ହାସଲ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶକୁ ଉତ୍ତମ ମାନର କରିବାକୁ ହେବ।
Comments are closed.