www.samajalive.in
Saturday, December 6, 2025
14.1 C
Bhubaneswar

ଡିସେମ୍ବର ୬ରେ କୃଷକଙ୍କ ଦିଲ୍ଲୀ ଚଲୋ ଡାକରା

ଚଣ୍ଡିଗଡ଼ : ବିଭିନ୍ନ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଡିସେମ୍ବର ୬ରେ କୃଷକମାନେ ଦିଲ୍ଲୀ ଯାତ୍ରା କରିବେ ବୋଲି ଜଣାପଡିଛି। ସୋମବାର ଏକ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଓ ‘କିଷାନ ମଜଦୁର ମୋର୍ଚ୍ଚା’ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଚଳିତବର୍ଷ ଫେବୃଆରୀ ୧୩ରେ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିବାବେଳେ ବର୍ତ୍ତମାନ କୃଷକମାନେ ଦିଲ୍ଲୀ ସଂଲଗ୍ନ ଶମ୍ଭୁ ଓ ଖାନାଉରି ସୀମାରେ ଡେରା ପକାଇଛନ୍ତି। ଇତିମଧ୍ୟରେ ୯ ମାସ ଅତିକ୍ରାନ୍ତ ହୋଇସାରିଥିବାବେଳେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ସେମାନେ ବାଧ୍ୟ ହୋଇ ଡିସେମ୍ବର ୬ରେ ଦିଲ୍ଲୀରେ ପ୍ରବେଶ କରିବେ ବୋଲି କିଷାନ ମଜଦୁର ମୋର୍ଚ୍ଚା ନେତା ସ୍ବରଣ ସିଂହ ପାନ୍ଧେର କହିଛନ୍ତି। ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ୩ଟି କୃଷି ଆଇନ ପ୍ରତିବାଦରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହସ୍ରାଧିକ କୃଷକ ଦିଲ୍ଲୀ ସୀମାରେ ଦୀର୍ଘଦିନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ କେନ୍ଦ୍ର ସରକାର ୨୦୨୧ ନଭେମ୍ବରରେ ତିନିଟି ଆଇନକୁ ପ୍ରତ୍ୟାହାର କରିବା ସହ କୃଷକଙ୍କ ଦାବି ମାନିବାକୁ ପ୍ରତିଶ୍ରୁତି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories