www.samajalive.in
Monday, December 15, 2025
26.1 C
Bhubaneswar

ଦିଲ୍ଲୀରେ ସଙ୍ଗୀନ୍ ବାୟୁ ପ୍ରଦୂଷଣ: ଆଜିଠୁ ସବୁ ସ୍କୁଲ ବନ୍ଦ, ଅନଲାଇନରେ ପାଠପଢା

ନୂଆଦିଲ୍ଲୀ : ସୋମବାର କ୍ରମାଗତ ଦ୍ବିତୀୟ ଦିନ ପାଇଁ ଦିଲ୍ଲୀର ବାୟୁ ପ୍ରଦୂଷଣସ୍ଥିତ ଅତି ସଂଗିନ (ସିଭିୟର ପ୍ଲସ୍‌) ରହିଛି। ଏପରିକି ସୋମବାର ଦିଲ୍ଲୀର ବାୟୁ ମାନକ ସୂଚୀ (ଏକ୍ୟୁଆଇ) ସର୍ବୋଚ୍ଚସ୍ତର ୪୮୬ରେ ପହଞ୍ଚିଛି। ଏଥିଲାଗି ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବଳ ପ୍ରଦୂଷଣ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସବୁ ସ୍କୁଲରେ ଆଜିଠୁ ଅନଲାଇନରେ ପାଠପଢା ହେବ । ଏପରିକି ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରେ ମଧ୍ୟ ଅନଲାଇନରେ ପାଠପଢା ଯିବ। ସୋମବାର ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୧୫୦ ମିଟର ରହିଥିଲା। ଏକ୍ୟୁଆଇ ୪୫୦ ଉପରେ ରହିଲେ ଏହାକୁ ଅତି ସଂଗିନ ବିବେଚନା କରାଯାଇଥାଏ। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟରେ ଦାୟର ଏକାଧିକ ପିଟିସନ ଉପରେ ଶୁଣାଣି କରାଯାଇଛି। ବିଚାରପତି ଅଭୟ ଏସ୍ ଓକା ଓ ଅଗଷ୍ଟାଇନ ଜର୍ମ ମସିହଙ୍କୁ ନେଇ ଗଠିତ ପୀଠ ଆବେଦନର ଶୁଣାଣି କରି ଦିଲ୍ଲୀ ସହିତ ଏନସିଆର ରାଜ୍ୟରେ ଦ୍ବାଦଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଶ୍ରେଣୀ ପାଠପଢା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଅନ୍‌ଲାଇନରେ ପଢା ଯିବ। ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌) ୪ କଟକଣା ଲାଗୁରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଦିଲ୍ଲୀ ସହିତ ଏନସିଆର ରାଜ୍ୟଗୁଡିକରେ ମଧ୍ୟ ଗ୍ରାପ-୪ କଟକଣା ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଏକ୍ୟୁଆଇ ୪୫୦ ତଳକୁ ଖସିଲେ ମଧ୍ୟ ଗ୍ରାପ୍-୪ କଟକଣା ପ୍ରତ୍ୟାହାର ନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏକ୍ୟୁଆଇ ୪୫୦ ଉପରକୁ ଯିବା ପରେ ଦିଲ୍ଲୀ ସରକାର ସୋମବାର ଠାରୁ ଗ୍ରାପ୍-୪ କଟକଣା ଲାଗୁ କରିଥିଲେ। ଏକ୍ୟୁଆଇ ୪୦୦ ଉପରେ ରହିବା ସମୟରେ ଗ୍ରାପ୍-୩ କଟକଣା ଲାଗୁ କରାଯାଇଥିଲା। ମାତ୍ର ଏବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏକ୍ୟୁଆଇ ୪୫୦ ତଳକୁ ଖସିଲେ ମଧ୍ୟ ଗ୍ରାପ୍-୪ କଟକଣା ପ୍ରତ୍ୟାହାର ହେବ ନାହିଁ। ଅଦାଲତଙ୍କ ଅନୁମତି ବିନା ଗ୍ରାପ-୪ କଟକଣା ପ୍ରତ୍ୟାହାର ନ କରିବାକୁ କୁହାଯାଇଛି। ଗ୍ରାପ-୪ କଟକଣା କାର୍ଯ୍ୟକାରୀ ଲାଗି ଏକ ବ୍ୟବସ୍ଥା କରିବାକୁ ଶୀର୍ଷ ଅଦାଲତ ଦିଲ୍ଲୀ ସରକାର ଓ ପଡୋଶୀ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ବ୍ୟବସ୍ଥା ସମ୍ପର୍କରେ ସବିଶେଷ ରିପୋର୍ଟ ନଭେମ୍ବର ୨୨ରେ ପ୍ରଦାନ କରିବାକୁ ଦିଲ୍ଲୀ ଓ ଏନସିଆର ରାଜ୍ୟ ସରକାରଙ୍କୁ କୁହାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଗ୍ରାପ୍ ସହିତ ଅତିରିକ୍ତ ପଦକ୍ଷେପ ସମ୍ପର୍କରେ ବିଚାର କରିବାକୁ ଅଦାଲତ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ଏକ ପ୍ରଦୂଷଣ ମୁକ୍ତ ପରିବେଶରେ ଜୀବନ ଧାରଣ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର ରହିଛି। ବ୍ୟକ୍ତିର ଏହି ଅଧିକାରକୁ ପୂରଣ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବା ଦରକାର। ଦିଲ୍ଲୀରେ ସବୁଦିନିଆ ବାଣ କଟକଣା ଲାଗୁ କରିବା ଦିଗରେ ପଦକ୍ଷେପ ନେବାକୁ ଅଦାଲତ ସରକାରଙ୍କୁ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories