www.samajalive.in
Saturday, December 13, 2025
26.1 C
Bhubaneswar

ୟୁନିକ୍‌‌ କପ୍‌‌ କ୍ରିକେଟ, ୟୁନିୟନ ସ୍ପୋର୍ଟିଂ କଟକ ବିଜୟୀ 

କେନ୍ଦୁଝରଗଡ଼଼ : ୟୁନିକ୍‌‌ କ୍ରିକେଟ ଏକାଡେମୀ ପକ୍ଷରୁ କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ରବିବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚମ ୟୁନିକ୍‌‌ କପ୍‌‌ କ୍ରିକ୍ରେଟ ପ୍ରତିଯୋଗିତାରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭଦ୍ରକ ଏକାଦଶକୁ ୪୨ରନରେ ପରାସ୍ତ କରି ୟୁନିୟନ ସ୍ପୋର୍ଟିଂ କଟକ ବିଜୟ ଲାଭ ସହ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ୟୁନିୟନ ସ୍ପୋର୍ଟିଂ କଟକ ଦଳ ଟସ୍‌‌ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୩୫ ଓଭରରେ ସମସ୍ତ ଉଇକେଟ୍‌‌ ହରାଇ ୨୦୪ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ପଙ୍କଜ ସେନାପତି ୭୯ବଲରୁ ୬୯ରନ ସଂଗ୍ରହ କରିଥିବା ବେଳେ ଭଦ୍ରକ ଦଳର ଆଲୋକ ବାରିକ ୪ଟି ଓ ଅମରଜିତ ଉପାଧ୍ୟାୟ ୩ଟି ଉଇକେଟ ଦଖଲ କରିଥିଲେ।

ଏହାର ଜବାବରେ ଭଦ୍ରକ ଏକାଦଶ ୩୩ ଓଭରରେ ସମସ୍ତ ଉଇକେଟ୍‌‌ ହରାଇ ୧୬୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଧିରଜ ବେହେରା ୬୭ବଲରୁ ୪୯ରନ ସଂଗ୍ରହ କରିଥିବା ବେଳେ ୟୁନିୟନ ସ୍ପୋର୍ଟିଂ ପକ୍ଷରୁ ଶୁଭମ୍‌‌ ପ୍ରିୟଦର୍ଶି ଓ ସୋହମ ରାଜ ମହାପାତ୍ର ୨ଟି ଲେଖାଏଁ ଉଇକେଟ୍‌‌ ଦଖଲ କରିଥିଲେ। ଖେଳ ଶେଷରେ ବରିଷ୍ଠ କ୍ରିକେଟ୍‌‌ ଖେଳାଳୀ ଜଗନ୍ନାଥ ଦାସ ଓ ସଞ୍ଜୀବ ପଟ୍ଟନାୟକ ୟୁନିୟନ ସ୍ପୋର୍ଟିଂ ଦଳର ଅଧିନାୟକ ପଙ୍କଜ ସେନାପତିଙ୍କୁ ମ୍ୟାନ ଅଫ୍‌‌ ଦି ମ୍ୟାଚ୍‌‌ ପୁରସ୍କାର ପ୍ରଦାନ କରିଥିଲେ।

- Advertisement -

ଓସିଏ ଅମ୍ପାୟାର ଆଶୁତୋଷ ପାଣି ଓ ଦୁର୍ଗା ପଟ୍ଟନାୟକ ମ୍ୟାଚ୍‌‌ ପରିଚାଳନା କରିଥିବା ବେଳେ ବୁବୁ ସିହ୍ନା ମ୍ୟାଚର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିଲେ। ୟୁନିକ୍‌‌ କ୍ରିକେଟ ଏକାଡେମୀ କେନ୍ଦୁଝରର ଦୀପକ କୁମାର ସେଠୀ ଓ ତାପସ କୁମାର ବେହେରା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିବା ବେଳେ ମଙ୍ଗଳବାର ପ୍ରତିଯୋଗିତାର ତୃତୀୟ ମ୍ୟାଚ୍‌‌ ୟୁନିୟନ ସ୍ପୋର୍ଟିଂ କଟକ ଓ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌‌ ଅନୁଷ୍ଠିତ ହେବବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories