କାବେରୀ ଜଳ ବିବାଦ : ୯ରେ ତାମିଲନାଡୁ ସରକାରଙ୍କ ପିଟିସନ୍‌ର ଶୁଣାଣି

0

ନୂଆଦିଲ୍ଲୀ : କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗରେ ତାମିଲନାଡୁ ସରକାର ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ନିର୍ଦ୍ଧାରିତ ସମୟ ମଧ୍ୟରେ ବୋର୍ଡ ଗଠନ କରାଯାଇନଥିବାରୁ ତାମିଲନାଡୁ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି। ଆସନ୍ତା ୯ରେ ଏହି ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମାମଲାର ତୁରନ୍ତ ଶୁଣାଣି କରିବାକୁ ତାମିଲନାଡୁ ସରକାରଙ୍କ ଓକିଲ ସୋମବାର ଅଦାଲତଙ୍କୁ ଅନୁରୋଧ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଉପରୋକ୍ତ ତାରିଖ ଧାର୍ଯ୍ୟ କରିଛନ୍ତି। ତାମିଲନାଡୁ ସରକାରଙ୍କ କ୍ଷୋଭକୁ ଖଣ୍ଡପୀଠ ହୃଦୟଙ୍ଗମ କରୁଛି। ତାମିଲନାଡୁ ଯେପରି କାବେରୀ ନଦୀ ଜଳରୁ ତାହାର ପ୍ରାପ୍ୟ ପାଇପାରିବ, ସେହି ଉଦ୍ୟମ କରାଯିବ ବୋଲି ଜଷ୍ଟିସ ମିଶ୍ର ମତବ୍ୟକ୍ତ କରିଛନ୍ତି।

Leave A Reply