www.samajalive.in
Monday, December 8, 2025
14.1 C
Bhubaneswar

ଏସ୍‌‌ସିବିରେ ଦୁଇ ରୋଗୀଙ୍କୁ ବଳତ୍କାର ଘଟଣା : ଅଭିଯୁକ୍ତ ଡାକ୍ତର ଦୀଲବାଗ ବହିଷ୍କୃତ

କଟକ : ଏସସିବିରୁ ବହିଷ୍କାର ହେଲେ ଡାକ୍ତର ଦିଲବାଗ୍‌‌ ସିଂହ। ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର କଲେଜ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହିଷ୍କାର ପ୍ରସ୍ତାବ ଗୃହୀତ ହୋଇଥିବା କହିଛନ୍ତି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର। ଡାକ୍ତର ଦିଲବାଗଙ୍କୁ ବହିଷ୍କାର ପାଇଁ ପୂର୍ବରୁ ଡିଏମଇଟି ନିର୍ଦେଶ ଦେଇଥିଲେ। ଯାହାକୁ ଶୁକ୍ରବାର ଏସ୍‌‌ସିବି କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିଛନ୍ତି। ୧୧ ତାରିଖରେ ଏସ୍‌‌ସିବି ହୃଦରୋଗ ବିଭାଗରେ ଦୁଇ ମହିଳା ରୋଗୀଙ୍କୁ ଇକୋ କରାଇବା ଆଳରେ ଡାକ୍ତର ଦିଲବାଗ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଦୁଇ ମହିଳା ମଙ୍ଗଳାବାଗ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଅଭିଯୁକ୍ତ ଦିଲବାଗଙ୍କୁ ଗିରଫ ସହ ଅଦାଲଚ ଚାଲାଣ କରିଥିଲା। ସେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାଣ୍ଡ ଘଟାଇଥିଲେ ବୋଲି ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଥିଲେ। ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ତିନି ଜଣିଆ କମିଟି ଗଠନ କରିଥିଲେ। ଡିଏମଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର, ଯୁଗ୍ମ ଡିଏମଇଟି ପ୍ରଫେସର ଡାକ୍ତର ରୋମା ରତନ ଏବଂ ଏସ୍‌‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ତଦନ୍ତ କମିଟିରେ ରହିଥିଲେ। କମିଟି ତଦନ୍ତ ଶେଷ କରି ରିପୋର୍ଟ ସରକାରଙ୍କୁ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories