ପୁଲିସ ମୁଖ୍ୟାଳୟରେ ଜାତୀୟ ସଂବିଧାନ  ଦିବସ ପାଳିତ

କଟକ :  ଜାତୀୟ ସଂବିଧାନ ଦିବସ ପାଳନ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ମଙ୍ଗଳବାର ରାଜ୍ୟ ପୁଲିସ ମୁଖ୍ୟାଳୟ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ଅଂଶ ଗ୍ରହଣ କରି ସଂବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପରେ ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଂବିଧାନ ଦିବସ ଶପଥ ପାଠ କରାଇଥିଲେ।।  ଭାରତର ପ୍ରଭୁତା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା, ଦେଶର ରକ୍ଷା, ରାଷ୍ଟ୍ରର ସେବା, ଧର୍ମଗତ, ଭାଷାଗତ ଓ ଆଞ୍ଚଳକି ଭେଦଭାବରୁ ଉର୍ଦ୍ଧ୍ବରେ ରହି  ଭାରତବାସୀଙ୍କ ମଧ୍ୟରେ ଐକ୍ୟ ଓ ଭାତୃ ଭାବର ବିକାଶ ଘଟାଇବା, ସ୍ତ୍ରୀ ଲୋକଙ୍କ ସମ୍ମାନ ରକ୍ଷା କରିବା, ଭାରତର ସଂଯୁକ୍ତ ସଂସ୍କତୃର ଗୌରବଶାଳୀ ପରମ୍ପରାର ପରିରକ୍ଷଣ କରିବା, ବୈଜ୍ଞାନିକ ଦୃଷ୍ଟିକୋଣ, ମାନବଭାବ ତଥା ସଂସ୍କାର ଭାବନାର ବିକାଶ କରିବା, ଦେଶର ସର୍ବ ସାଧାରଣ ସମ୍ପତ୍ତିର ସୁରକ୍ଷା, ହିଂସା ତ୍ୟାଗ, ନଜିର ୬ ବର୍ଷରୁ ୧୪ ବର୍ଷପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢବିାର ସୁଯୋଗ ଦେବା, ସଂବିଧାନ, ରାଷ୍ଟ୍ରୀୟ ପତାକା ଓ ରାଷ୍ଟ୍ରୀୟ ସଂଗୀତକୁ ସମ୍ମାନ ପ୍ରଦର୍ଶନ କରବିାକୁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ।

prayash

ଏହି କାର୍ଯ୍ୟକ୍ରମରେ ଆଇ.ଜି ଶ୍ରୀମତୀ ରେଖା ଲୋହାନୀ , ଏ.ଆଇ.ଜି ଶ୍ରୀ ବିବେବକାନନ୍ଦ ଶର୍ମା, ରବିନାରାୟଣ ବେହେରା, ବଜିୟ ପ୍ରକାଶ ବାବୁଙ୍କ ସମେତ ପୁଲିସ ମୁଖ୍ୟାଳୟରେ ସମସ୍ତ ସଂସ୍ଥା ଅଧିକାରୀ, ଉପ ବିଭାଗ ଅଧିକାରୀ, ସରକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ସହକାରୀ ଦୁର୍ଗପତି ଦପିକ କୁମାର ଗଡନାୟକ ଓ ସୁବେଦାର ଶ୍ରୀ ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରଚିାଳନା କରିଥିଲେ ।

kalyan agarbati

Comments are closed.