www.samajalive.in
Tuesday, December 9, 2025
15.1 C
Bhubaneswar

କଟକରେ ପୁଣି ଅଘଟଣ: ବକ୍ସ ଡ୍ରେନ କାମ ଚାଲୁଥିବାବେଳେ ଭୁଷୁଡ଼ିଲା ପୋଲ, ନାବାଳିକା ଗୁରୁତର

କଟକରେ କଟକରେ ପୁଣି ଅଘଟଣ: ବକ୍ସ ଡ୍ରେନ କାମ ଚାଲୁଥିବାବେଳେ ଭୁଷୁଡ଼ିଲା ପୋଲ, ନାବାଳିକା ଗୁରୁତର
କଟକ: ଗତକାଲି ତାଳଦଣ୍ଡା କେନାଲକୁ କାର ଖସିବା ପରେ ଆଜି କଟକରେ କଟକରେ ପୁଣି ଅଘଟଣ। ବକ୍ସ ଡ୍ରେନ କାମ ଚାଲୁଥିବାବେଳେ ପୋଲ ଭୁଷୁଡ଼ିପଡ଼ିଲା। ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ନାବାଳିକା ଜଣକ ଡ୍ରେନ୍‌ ପାଣିରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକ ଏହାଦେଖି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଛନ୍ତି। ଏଥିରେ ନାବାଳିକା ଜଣକ ଗୁରୁତର ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ବକ୍ସ ଡ୍ରେନ କାମ ଚାଲୁଥିବାବେଳେ ପୋଲ ଭୁଷୁଡ଼ି ପଡ଼ିଥିଲା। ଡ୍ରେନ ଉପରେ ଯାଇଥିବା ପୁରୁଣା ପୋଲ ଭୁଶୁଡ଼ିପଡ଼ିଥିଲା। ଜଣେ ନାବାଳିକାପୋଲ ଉପରେ ଯିବାବେଳେ ଭୁଷୁଡ଼ି ପଡ଼ିଲା। ଉକ୍ତ ନାବାଳିକା ପୋଲ ଉପରେ ଯାଉଥିବା ବେଳେ ହଠାତ୍‌ ପୁରୁଣା ଲୁହା ପୋଲଟି ଭୁଶୁଡ଼ି ପଡ଼ିଥିଲା। ପୋଲ ଓ କଡ଼ରେ ଥିବା ଲୁହା ପାଇପରେ ଚାପିହୋଇଗଲେ ନାବାଳିକା ଏବଂ ସେଠାରେ ନାବାଳିକା ଜଣକ ଫସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଉଦ୍ଧାର ନାବାଳିକାକୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ୧୬ ବର୍ଷୀୟ ନାବାଳିକାଙ୍କ ଘର କେଶରପୁରରେ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories