www.samajalive.in
Sunday, December 7, 2025
14.1 C
Bhubaneswar

କଟକ ଏସସିବିରେ ଅବ୍ୟବସ୍ଥା; ଟଙ୍କା ନେଇ ରୋଗୀଙ୍କ ନମ୍ବର କରୁଛନ୍ତି ସିକ୍ୟୁରିଟି କର୍ମଚାରୀ !

କଟକ: ଏସସିବି ମେଡିକାଲକୁ ନେଇ ପୁଣି ଅଭିଯୋଗ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା । ପୂର୍ବରୁ ଏସସିବି ନାଁରେ ଅନେକ ଅଭିଯୋଗ ଆସିଥିବା ବଳେ ପୁଣି ବର୍ତ୍ତମାନ ଏସସିବିକୁ ନେଇ ସଙ୍ଗୀନ ଅଭିଯୋଗ ଆସିଲାଣି । ଲୋକଙ୍କ ଠାରୁ ଟଙ୍କା ନେଇ ଟିକେଟ୍ ହେଉଥିବା ଅଭିଯୋଗ ହେଉଛି । ଟିକେଟ୍ କରାଇଦେବା ପଛରେ ରହୁଛି ମେଡିକାଲର ସିକ୍ୟୁରିଟି ଗାର୍ଡଙ୍କ ହାତ । ଯାହାଫଳରେ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଟିକେଟ କାଉଣ୍ଟରେ ସାଧାରଣ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳେ ସିକ୍ୟୁରିଟି କର୍ମଚାରୀ ଧାଡ଼ି ଆଭରେ ରହି ଟିକେଟ କରାଉଥିବା ଅଭିଯୋଗ ହେଉଛି । ଜଣେ କି ଦୁଇଜଣ ନୁହେଁ ତିନିତିନି ଜଣ ସିକ୍ୟୁରିଟି କର୍ମଚାରୀ ଧାଡ଼ି ଆଗରେ ରହି ଟିକେଟ୍ କାଉଣ୍ଟର ସାମ୍ନାରେ ଛିଡ଼ା ହୋଇ ଟିକେଟ୍‌ କରୁଥିବା ଦେଖିବାକୁ ମିଳିଛି ।

ତୋବେ କାହିଁକି ଏସସିବିକୁ ନେଇ ବାରମ୍ବାର ଆସୁଛି ଅଭିଯୋଗ ? ଏସବୁ ପ୍ରତି କାହିଁକି ନଜର ଦେଉନାହାନ୍ତି ଏସସିବି କର୍ତ୍ତୃପକ୍ଷ ? ରୋଗୀ ସେବାକୁ ନେଇ ଏ ଅବ୍ୟବସ୍ଥା କାହିଁ କି ? ଡାକ୍ତର ପରାମର୍ଶରେ ରୋଗୀଙ୍କୁ କରାଯାଉଛି କାହିଁକି ଅବହେଳା ?

- Advertisement -

୫ଟି ଅଧିନରେ ସ୍ବାସ୍ଥ୍ୟ ସେବା ଆସିବା ପରେ ଲୋକମାନେ ଉତ୍ତମ ସେବା ପାଇବେ ବୋଲି ମନେ କରୁଥିଲେ । ଆଉ ସେଥିପାଇଁ ଡାକ୍ତର ଖାନା ହେଉ କି କଟକର ରାସ୍ତାଘାଟ ସମସ୍ତ ଦିଗ ପ୍ରତି ନଜର ରଖିଥିଲେ ସରକାର । ସ୍ବାସ୍ଥ୍ୟ ସେବା ପ୍ରତି ଯେପରି କୌଣସି ଅନୁବିଧା ନହୁ ସେଥି ପ୍ରତି ଧ୍ୟାନ ଦେଇଥିଲେ ୫ଟି ସଚିବ । ଡାକ୍ତରଖାନାକୁ ଯିବା ସହ କଟକର ରାସ୍ତାକୁ ମଧ୍ୟ ସମ୍ପ୍ରସାରଣ କରାଇଥିଲେ । ହେଲେ ବର୍ତ୍ତମାନ କଟକର ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର ଧୀରେ ଧୀରେ ପଦାକୁ ଆସିଲାଣି । କଟକରୁ ଶିବ କୁମାର ସାହୁଙ୍କ ରିପୋର୍ଟ ସମାଜ ଲାଇଭ୍

 

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories