www.samajalive.in
Saturday, December 13, 2025
17.1 C
Bhubaneswar

ଦେଖିବାକୁ ମିଳୁନି ଶୀତଦିନିଆ ଫୁଲ : ପାର୍କ ଉନ୍ନତିକରଣରେ କୋଟି କୋଟି ଟଙ୍କା ଅପବ୍ୟୟ ସହର ଶୋଭା ବଢ଼ିବ କେମିତି ?

କଟକ : ଶୀତଦିନ ଆସିଲେ ନାନା ରକମ ଫୁଲର ସମ୍ଭାରରେ କଟକ ସହର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହେଉଥିଲା। ବିଭିନ୍ନ ଉଦ୍ୟାନ (ପାର୍କ)ଠାରୁ ଆରମ୍ଭ କରି ରାସ୍ତା ମଝି ସ୍ଥାନ (ମିଡ୍‌ଭର୍ଜ)ରେ ସୁବାସିତ ଫୁଲର ସୁଗନ୍ଧରେ ମନ ଆହ୍ଲାଦିତ ହେଉଥିଲା। ଖାଲି ଫୁଲ ନୁହେଁ; ଘର ଛାତ ଉପରେ ହେଉ ଅବା ଅଗଣାରେ ଔଷଧୀୟ ଚାରା ଲଗାଇବାକୁ ଲୋକେ ଭୁଲନ୍ତିନି। ସହର ଶୋଭା ବଢ଼ାଇବାରେ ଶୀତଦିନିଆ ଫୁଲର ଏକ ପ୍ରମୁଖ ଭୂମିକା ରହିଛି। କଟକ ମହାନଗର ନିଗମ (ସିଏମ୍‌ସି)ର ଏହା ବଡ଼ ଦାୟିତ୍ବ; କିନ୍ତୁ ଗତ କିଛି ବର୍ଷ ହେବ ଶୀତଦିନିଆ ଫୁଲ ଦେଖିବାକୁ ମିଳୁନି।

ସିଏମସି କର୍ତ୍ତୃପକ୍ଷଙ୍କ ଅପାରଗତା ଓ ଆନ୍ତରିକତା ଅଭାବ ଏବଂ ପାର୍କ ପ୍ଲାଣ୍ଟେସନ୍‌ରେ ବ୍ୟାପକ ଅନିୟମିତତା ଯୋଗୁଁ ପାର୍କଗୁଡ଼ିକ ଅବହେଳିତ ହୋଇପଡ଼ିଛି। ଅଧିକାଂଶ ପାର୍କରେ କେବଳ ଘାସ ଓ ଅନାବନା ଗଛ ଦେଖିବାକୁ ମିଳୁଛି।
ଚଳିତବର୍ଷ ସିଏମ୍‌ସି ଚାରା କେନ୍ଦ୍ରରେ କେବଳ ଔଷଧୀୟ ଚାରାକୁ ଛାଡ଼ିଦେଲେ ଫୁଲ ଚାରା ଅଭାବ ଦେଖାଦେଇଛି। ବର୍ଷକୁ ନଗର ନିଗମ ପକ୍ଷରୁ କେବଳ ପାର୍କର ଉନ୍ନତିକରଣ ବାବଦରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି; ହେଲେ ଏହାର ସୁଫଳ ଲୋକେ ପାଉନାହାନ୍ତି। ଆଉଟ୍‌ସୋର୍ସିଂ ଜରିଆରେ ମାଳ ମାଳ ଲୋକଙ୍କୁ ନିୟୋଜିତ କରାଯାଉଛି। ଅଧିକାଂଶ ମାଳୀ ପ୍ରଶିକ୍ଷଣପ୍ରାପ୍ତ ନୁହନ୍ତି। ସେମାନେ ଚାରାଗୁଡ଼ିକ ରକ୍ଷଣାବେକ୍ଷଣ ଠିକ ଭାବେ କରିପାରୁ ନାହାନ୍ତି।

- Advertisement -

ସେହିଭଳି ପାର୍କଗୁଡ଼ିକରେ ମାଟି ବଦଳରେ ବାଲିର ଭାଗ ଅଧିକ ଦିଆଯାଉଥିବାରୁ ଗଛ ବଢ଼ିପାରୁ ନାହିଁ। ମାଟି ପକାଇବା ପାଇଁ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି କିନ୍ତୁ ଯାଞ୍ଚ ହେଉ ନ ଥିବାରୁ ବାଲି ପଡ଼ିଲା କି ମାଟି ପଡ଼ିଲା ଦେଖିବାକୁ କେହି ନାହାନ୍ତି। ସହରରେ ୪୦ରୁ ଅଧିକ ବଡ଼ ପାର୍କ ଥିବା ବେଳେ ୩୦ରୁ ଅଧିକ ଛୋଟ ପାର୍କ ରହିଛି। ସାଧାରଣତଃ ସକାଳେ ଓ ସନ୍ଧ୍ୟାବେଳେ ଲୋକେ ସମୟ କାଟିବାକୁ ପାର୍କ ଭ୍ରମଣରେ ଆସିଥାନ୍ତି।

ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଯୁବବର୍ଗ ପାର୍କରେ ଚାଲିବା ସହିତ ବ୍ୟାୟାମ ଆଦି କରୁଛନ୍ତି। ଅଧିକାଂଶ ପାର୍କରେ ବସି ଖୁସିଗପ କରିବାକୁ ପସନ୍ଦ କରିଥାନ୍ତି। ପାର୍କରେ ବିଭିନ୍ନ ସୁବାସିତ ଫୁଲ ଲଗାଯିବା ଦ୍ବାରା ଲୋକେ ଅଧିକ ଆକର୍ଷିତ ହୋଇଥାନ୍ତି। ବ୍ୟାପକ ଭାବେ ଔଷଧୀୟ ଏବଂ ଦେଶୀ ଓ ବିଦେଶୀ ଫୁଲ ଗଛ ଚାରା ସୃଷ୍ଟି କରିବା ପାଇଁ ୨ କୋଟି ଟଙ୍କା ବ୍ୟୟରେ ସିଡିଏ ସେକ୍ଟର-୯ରେ ନଗର ନିଗମା ଚାରା କେନ୍ଦ୍ର ନିର୍ମାଣ କରାଯାଇଥିଲା।

ଏଠାରେ କେବଳ ଔଷଧୀୟ ଚାରାକୁ ଛାଡ଼ିଦେଲେ ଗୋଲାପ, ସୂର୍ଯ୍ୟମୂଖୀ, ଜର୍ବେରା, ପ୍ଲାଣ୍ଟେନ ଲିଲି, ଜାପାନିଜ୍ ଆନିମନ ଭଳି ପ୍ରକାରିଆ ଫୁଲା ଚାରା ସୃଷ୍ଟି କରାଯାଉ ନାହିଁ। ଔଷଧୀୟ ଚାରା କରଞ୍ଜ, ବଉଳ, ଜାମୁ, ଅର୍ଜୁନ, ଖଇର, ଅଶୋକ, ହରିଡ଼ା, ବାହାଡ଼ା, କାଠଚମ୍ପା, ନିମ୍ବ, ଶିଶୁ, ଡିମିରି, ନାଗେଶ୍ୱରା, ଭୃଙ୍ଗରାଜ, ଅଶ୍ୱଗନ୍ଧା, ଲେମନ ଗ୍ରାସ, ପିପଳି, ସତାବରି, ଗୁଳୁଚି ଲତା, ଅଶୋକା, ତୁଳସୀ, ଆମଲା, ନିମ୍ବ ପ୍ରଭୃତି ବିକ୍ରି ହେଉଥିବା ବେଳେ ଏଥିରୁ ମଧ୍ୟ ଅଧିକାଂଶ ଅଭାବ ଦେଖାଦେଲାଣି। ବାହାର ରାଜ୍ୟରୁ ଚାରା ଆଣିବା ଉପରେ ଗୁରୁତ୍ବ ଦିଆଯାଉ ନାହିଁ।

ଏଭଳି ଅବ୍ୟବସ୍ଥା ଯୋଗୁଁ ପାର୍କ ଏବଂ ମିଡ୍‌ଭର୍ଜ ଆଦିରେ ଫୁଲଗଛ ଦେଖିବା ସ୍ବପ୍ନ ହେଲାଣି। ଖାନନଗର ମଣି ମନ୍ଦିର ନିକଟ ପାର୍କକୁ ଭ୍ରମଣରେ ଆସିଥିବା ସୁଶାନ୍ତ ସାହୁ କହନ୍ତି- ଏହି ପାର୍କରେ ଗୋଟିଏ ମଧ୍ୟ ଫୁଲ ଗଛ ନାହିଁ। କେବଳ ପାଚେରି ବୁଲାଯାଇ ହାତଗଣତି ସିମେଣ୍ଟ ଚୌକି ପକାଇ କର୍ତ୍ତୃପକ୍ଷ ଦାୟିତ୍ବ ଶେଷ କରିଦେଇଛନ୍ତି। ପାର୍କ କହିଲେ ମନ ଭିତରେ ଫୁଲ ସମ୍ଭାର ଓ ଫାଉଣ୍ଟେନ୍‌ ଥିବା ଏକ ସୁନ୍ଦର ପରିକଳ୍ପନା ଆସିଥାଏ।

ବହୁବର୍ଷ ପୂର୍ବେ କଟକର ବିଭିନ୍ନ ପାର୍କରେ ଏ ସବୁ ଦେଖିବାକୁ ମିଳୁଥିଲା; ଏବେ କୌଣସି ପାର୍କରେ ଦେଖିବାକୁ ମିଳୁନି। ଭ୍ରମଣକାରୀ ନରହରି ସ୍ବାଇଁ କହନ୍ତି ସିଏମସିରେ କେବଳ ଅର୍ଥ ଶ୍ରାଦ୍ଧ ଚାଲିଛି। ସାମାନ୍ୟ ପାର୍କରେ ଫୁଲଗଛ ଲାଗିପାରୁ ନାହିଁ। ଯାହା କାମ ହେଉଛି ସବୁଥି​‌େ​‌ର ଦୁର୍ନୀତି ହେଉଥିବା ଶୁଣିବାକୁ ମିଳୁଛି। ସରକାର ଏ ସଂକ୍ରାନ୍ତରେ ଗୁରୁତ୍ବ ଦିଅନ୍ତୁ। ଅନ୍ୟପକ୍ଷେ ଚାରା କେନ୍ଦ୍ରର ଉନ୍ନତିକରଣ ଓ ନୂଆ ଚାରା ଲଗାଇବା ଉପରେ ଗୁରୁତ୍ବ ଦିଆଯାଉଥିବା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories