www.samajalive.in
Monday, December 15, 2025
24.1 C
Bhubaneswar

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ପରିବେଶ ସପ୍ତାହ ପାଳନ

କଟକ: ଚଳିତ ମାସ ୮ ତାରିଖରୁ ବିଦ୍ୟାଳୟ ପରିସରରେ ପରିବେଶ ସପ୍ତାହ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଥମ ଦିନ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରିୟଦର୍ଶୀ ନାୟକ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଦିଗରେ ବ୍ରତୀ ହେବା ପାଇଁ ଆହ୍ଵାନ ଦେଇଥିଲେ। ପରେ ଛାତ୍ରଛାତ୍ରୀମାନେ ଏ ସମ୍ବନ୍ଧରେ ଶପଥ ଗ୍ରହଣ କରି ରାଲିରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ। ଜୈବ ବିବିଧତା ସୁରକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଦ୍ଵାରା କାଗଜର ଥଳି ପ୍ରସ୍ତୁତ କରାଯାଇ ପଲିଥିନ ବର୍ଜନର ବାର୍ତ୍ତା ପ୍ରଦାନ କରା ଯାଇଥିଲା।

ସେହିପରି ବନ୍ୟଜନ୍ତୁ ସୁରକ୍ଷା ବିଷୟ ବସ୍ତୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଅଦରକାରୀ ବସ୍ତୁର ବ୍ୟବହାର କରି କିଛି ନୂତନ ପଦାର୍ଥ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ମାନେ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ରାକ୍ଷୀ ତିଆରି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ବିଦ୍ୟାଳୟର କୁନି କୁନି ପିଲାଙ୍କ ଦ୍ୱାରା ମଧ୍ୟ ଚିତ୍ରାଙ୍କନ ଓ ସବୁଜ ଦିବସ ପାଳିତ ହୋଇଥିଲା। ସପ୍ତାହର ବିଶେଷ ଆକର୍ଷଣ ଥିଲା, ପିଲାମାନଙ୍କ ଏକାଗ୍ରତା ବୃଦ୍ଧି ଦିଗରେ ମାଲପାଣି ଶିଳ୍ପ ସମୂହର ଅଧ୍ୟକ୍ଷ ତଥା ଧ୍ରୁବ ଗ୍ଲୋବାଲ ବିଦ୍ୟାଳୟ ସମୂହ ପୁଣେର ନିର୍ଦ୍ଦେଶକ ଡକ୍ଟର ସଞ୍ଜୟ ମାଲପାଣିଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମଟି ପିଲାମାନଙ୍କୁ ମାନସିକ ଭାରସାମ୍ୟ ରକ୍ଷା ଦିଗରେ ସହାୟତା ପ୍ରଦାନ କରିଥିଲା।ପରିବେଶ ସପ୍ତାହ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକ ଅତି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇ ପିଲାମାନଙ୍କ ଭିତରେ ପରିବେଶ ସଚେତନତା ସୃଷ୍ଟି କରିପାରିଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖରେ ଉଦଯାପନ ହେବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories