www.samajalive.in
Sunday, December 7, 2025
23.1 C
Bhubaneswar

ଟେଷ୍ଟ ଦଳରେ କୁଲଦୀପଙ୍କ ସ୍ଥାନରେ ଅକ୍ଷର

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ୨ୟ ଟେଷ୍ଟ ଲାଗି ଘରୋଇ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଗୁଜରାଟର ବାମହାତି ସ୍ପିନର ଅକ୍ଷର ପଟେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ବାମହାତି ସ୍ପିନର କୁଲଦୀପ୍‍ ଯାଦବଙ୍କ ସ୍ଥାନରେ ଅକ୍ଷରଙ୍କୁ ଦଳରେ ସ୍ଥାନମିଳିଛି। କାନ୍ଧରେ ଆଘାତ ଓ କୋଭିଡ୍‍-୧୯ରେ ଆକ୍ରାନ୍ତ ହୋଇଥିବା କାରଣରୁ ଅକ୍ଷର ପଟେଲ ମୋହାଲିରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିଲେ। ଅକ୍ଷର ଖେଳିଥିବା ପ୍ରଥମ ୫ଟି ଟେଷ୍ଟରେ ୩୬ଟି ୱିକେଟ ନେଇ ଜଣେ ମ୍ୟାଚ୍‌ ବିଜେତା ପ୍ରମାଣିତ ହୋଇଛନ୍ତି। ପ୍ରଥମ ଟେଷ୍ଟ ଖେଳିଥିବା ଜୟନ୍ତ ଯାଦବ ୨ଟିଯାକ ଇନିଂସକୁ ମିଶାଇ ଗୋଟିଏ ମଧ୍ୟ ୱିକେଟ ପାଇ ନଥିବାରୁ ୨ୟ ଟେଷ୍ଟରେ ଜୟନ୍ତଙ୍କୁ ଖେଳିବାର ସୁଯୋଗ ମିଳିବା ସମ୍ଭାବନା ନାହିଁ କହିଲେ ଚଳେ।

 

- Advertisement -

ବେଙ୍ଗାଲୁରୁରେ ମାର୍ଚ୍ଚ ୧୨ରୁ ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଦିବାରାତ୍ର ହେବ ଏବଂ ଗୋଲାପି ବଲ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଯଦି ଭାରତ ୩ ଜଣ ସ୍ପିନରଙ୍କୁ ନେଇ ଖେଳିବାର ନିଷ୍ପତ୍ତି ନିଏ; ତେବେ ଚୂଡ଼ାନ୍ତ ଏକାଦଶରେ ଜୟନ୍ତ ଯାଦବଙ୍କ ସ୍ଥାନରେ ଅକ୍ଷର ପଟେଲ ଖେଳିବା ନିଶ୍ଚିତ। ଶେଷଥର ଭାରତ ଅହମ୍ମଦାବାଦରେ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ଅକ୍ଷର ୧୧ଟି ୱିକେଟ ନେଇ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ। ଗତବର୍ଷ ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ କୁଲଦୀପ ଯାଦବ ଚେନ୍ନଇରେ ଶେଷଥର ପାଇଁ ଟେଷ୍ଟମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ କୁଲଦୀପ ୨ୟ ଇନିଂସରେ ୨ଟି ୱିକେଟ ନେଇଥିଲେ। ଅକ୍ଷର ଶେଷଥର ପାଇଁ ଗତବର୍ଷ ଡିସେମ୍ବର​‌େ​‌ର ମୁମ୍ବଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟମ୍ୟାଚ୍‌ ଖେଳିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories