BJD Bijuli 480×75 Mob

୨ ଲକ୍ଷ ୩୯ ହଜାର ହିତାଧିକାରୀଙ୍କୁ ଟିକା

BJD Bijuli 480×75 Mob

ଆଜି ୧୧୫୮ କେନ୍ଦ୍ରରେ ଟିକାଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଟିକାକରଣରେ ୨ ଲକ୍ଷ ୩୯ ହଜାର ୯୨୧ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏଥିପାଇଁ ୧୧୫୩ଟି ଟିକାକେନ୍ଦ୍ର ହୋଇଥିଲା। ଗତକାଲି ସର୍ବାଧିକ ୧ ଲକ୍ଷ ୩୮ ହଜାର ୯୭୩ ୧୮ରୁ ୪୪ ବର୍ଷୀୟଙ୍କୁ ଟିକା ପ୍ରଦାନ କରାଯାଇଥିଲା। ସେହିପରି ୨୩୮୪ ଜଣ ଗର୍ଭବତୀ ଟିକା ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ୬୫ ହଜାର ୯୯୨ ଗର୍ଭବତୀ ଟିକା ନେଲେଣି। ରାଜ୍ୟରେ ମୋଟ ୧ କୋଟି ୮୬ ଲକ୍ଷ ୪୫ ହଜାର ୪୧୪ ପାନ ଟିକା ପ୍ରଦାନ କରାଗଲାଣି। ଆଜି ୧୧୫୮ଟି ଟିକା କେନ୍ଦ୍ରରେ ଟିକା ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପାଖରେ ଆଜି ସୁଦ୍ଧା ୧୦ ଲକ୍ଷ ୪୬ ହଜାର ୮୪୦ ପାନ ‌’କୋଭିସୀଲଡ’ ଟିକା ଓ ୬୦ ହଜାର ୫୨୦ ପାନ ‘କୋଭାକ୍ସିନ’ ଟିକା ମହଜୁଦ ଅଛି।

Comments are closed.