www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ଆରଡି: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନାନ୍ଦପୁର ଗ୍ରାମପଞ୍ଚାୟତର ଆରଡ଼ି ବସଷ୍ଟାଣ୍ଡ ଠାରେ କଂଗ୍ରେସ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଦଳର ବରିଷ୍ଠ ନେତା ହରିହର ଦାସଙ୍କ ସଭାପତିତ୍ୱରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ର ଯୋଗ ଦେଇ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ଧାମରା ଶିଳ୍ପାଞ୍ଚଳରେ ନିଯୁକ୍ତି, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ କ୍ଷେତ୍ରରେ ଉନ୍ନତି ବାବଦରେ କହିଥିଲେ। ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ କଂଗ୍ରେସ ସପକ୍ଷରେ ଭୋଟ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ବିଭାଗ ସମ୍ପାଦକ ଇଂ ତନ୍ମୟ ବିଶ୍ୱାଳ ନିଜ ବକ୍ତବ୍ୟରେ କଂଗ୍ରେସର ବିକାଶ ମୂଳକ କାର୍ଯ୍ୟଧାରା, ଗ୍ୟାରେଣ୍ଟି କାର୍ଡ଼ ବାବଦରେ କହିବା ସହ ବିଜେଡ଼ି ଶାସନରେ ହୋଇଥିବା ଦୁର୍ନୀତି, ପୀରହାଟ ମଦ ମୃତ୍ୟୁ, ବେକାରୀ ସମସ୍ୟା, ମୋଦିଙ୍କ ଶାସନ ଗଣତନ୍ତ୍ର ପାଇଁ ବିପଦ ବୋଲି କହିଥିଲେ । ଆୟୋଜିତ ମିଶ୍ରଣ ପର୍ବରେ ଅନ୍ୟ ଦଳ ଛାଡ଼ି ନାନ୍ଦପୁର, ଓଳଗ, ସୁନ୍ଦରପୁର ଓ ଆରଡ଼ି ଗ୍ରାମପଞ୍ଚାୟତର ବହୁ କର୍ମୀ ଯୋଗ ଦେଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories