www.samajalive.in
Monday, December 15, 2025
16.1 C
Bhubaneswar

ପାଟଣା ଓ ସାହାରପଡା ବ୍ଲକରେ ବିଜେଡିର ନିର୍ବାଚନୀ ସଭା

ପାଟଣା: ପାଟଣା ଓ ସାହାରପଡା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ବିଜୁ ଜନତା ଦଳ ତରଫରୁ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି। ଏହି ସବୁ ସଭା ମାନଙ୍କରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଯୋଗ ଦେଇ ଓଡ଼ିଶା ବାସୀ ନିଜର ପ୍ରିୟ ମୁଖ୍ୟମନ୍ତ୍ରୀ ଓ ସମୃଦ୍ଧ ଓଡିଶା ଗଠନରେ ସାରଥୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ରେକର୍ଡ କରିବା ପାଇଁ ଆହ୍ୱାନ ଦେବା ସହ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଯୋଡିଏ ଶଙ୍ଖ ରେ ମୋହର ମାରି ଜୟଯୁକ୍ତ କରାଇବାକୁ ନିବେଦନ କରିଛନ୍ତି। ପାଟଣା ବ୍ଲକର ସରାସକୋଲା ହାଟ ପଡ଼ିଆ ଠାରେ ବ୍ଲକ ବିଜୁଜନତାଦଳ ସଭାପତି ମାଧବାନନ୍ଦ ପୃଷ୍ଟି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନିର୍ବାଚନୀ ସଭାକୁ ଅରୁଣ ମହାନ୍ତ ସଂଯୋଜନା କରିଥିଲେ। ଅତିଥି ମାନଙ୍କ ମଧ୍ୟରେ ବିଜେଡିର ୩ ଜଣ ରାଜ୍ୟ ସମ୍ପାଦକ ସର୍ବଶ୍ରୀ ଭବାନୀ ଶଙ୍କର ନାଏକ, ସତ୍ୟବ୍ରତ ନାଏକ, ଗୌରହରି ନାଏକଙ୍କ ସହ ଦଳୀୟ ପର୍ଯ୍ୟବେକ୍ଷକ ଡକ୍ଟର ହରିଶ ଚୌଧୁରୀ, ପାଟଣା ବ୍ଲକ ସଂଯୋଜକ ଦୀପକ ରାଜ ପ୍ରମୁଖ ମଞ୍ଚାସୀନ ରହି ଜନତାଙ୍କୁ ବିଜୁ ଜନତାଦଳକୁ ଭୋଟ ଦେବାକୁ ନିବେଦନ କରିଥିଲେ। ସେହିପରି ସାହାରପଡା ବ୍ଲକର ବାଇକଳା, ମଲ୍ହାରପଦା,ଖଜିରାପାଟ, ଖୁଣ୍ଟାପଡା ଓ ଗଣ୍ଡବେଡା ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉପରୋକ୍ତ ନେତା ମାନଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, କିରଣ ବାଳା ସିଂହ, କୃଷ୍ଣଚନ୍ଦ୍ର ମହାପାତ୍ର ଓ ବ୍ଲକ ସଂଯୋଜକ ପ୍ରଶାନ୍ତ କୁମାର ଭଞ୍ଜଦେଓ ପ୍ରମୁଖ ସାମିଲ ରହି ଦୁଇଟି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories