ବେଦାନ୍ତ ଲାଞ୍ଜିଗଡରେ ସ୍ଵାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର, ୩୨ ୟୁନିଟ ରକ୍ତ ସଂଗ୍ରହ

ଲାଞ୍ଜିଗଡ଼: ବେଦାନ୍ତ ଲିମିଟେଡ୍‌, ଲାଞ୍ଜିଗଡ଼ , ଭାରତର ପ୍ରମୁଖ ଗ୍ରେଡ୍ ଆଲୁମିନା ଉତ୍ପାଦକ ସ୍ମେଲଟର ତଥା ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍‌, ଓଡିଶାର କଳାହାଣ୍ଡି ଜିଲାର ବେଦାନ୍ତ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଶିବିର ତଥା ରକ୍ତଦାନ ଶିବିର ଆୟୋଜନ କରିଥିଲା । ଏକ ସପ୍ତାହ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ କଳାହାଣ୍ଡିର ବିଭିନ୍ନ ଗ୍ରାମରେ ଏକାଧିକ ସ୍ୱାସ୍ଥ୍ୟ ଶିବିର ଏବଂ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୫୦ ରୁ ଅଧିକ ସମ୍ପ୍ରଦାୟର ସଦସ୍ୟ ଅଂଶଗ୍ରହଣ କରିଥିଲେ।ଏହି ଅଭିଯାନ ଏକ ପ୍ରମୁଖ ମଲ୍ଟି ସ୍ପେସିଆଲିଟି ସ୍ୱାସ୍ଥ୍ୟ ଶିବିର ଏବଂ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ସାଧାରଣ ଚିକିତ୍ସା, ଶିଶୁରୋଗ, ସ୍ତ୍ରୀ ରୋଗ, ଚକ୍ଷୁ ଚିକିତ୍ସା, ଏବଂ ଦନ୍ତ ଚିକିତ୍ସା ବିଶେଷଜ୍ଞଙ୍କ ସହିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ତତ୍ ସମ୍ବନ୍ଧିୟ ପରାମର୍ଶ ଗ୍ରହଣ କରିବାର ସୁଯୋଗ ପାଇଥିଲେ । ରକ୍ତଦାନ ଡ୍ରାଇଭ୍ ଦ୍ୱରା ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହାକି ଆବଶ୍ୟକ କରୁଥିବା ଅନେକ ଲୋକଙ୍କ ଜୀବନ ରକ୍ଷା କରିପାରିବ ।
ଏହି ଅଭିଯାନ ‘ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା  ଏବଂ’ ସାଧାରଣ ଲକ୍ଷ୍ୟ ହାସଲ କରିବା ପାଇଁ ଭାଗିଦାରୀ ର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଘନିଷ୍ଠ ଭାବରେ ସମନ୍ୱୀତ ହୋଇଛି, ଯାହା ସମସ୍ତଙ୍କ ପାଇଁ ଏକ ସକରାତ୍ମକ ପ୍ରଭାବ ପକାଇବା ସହିତ ଏକ ସୁସ୍ଥ ଭବିଷ୍ୟତ ଗଠନ କରିବାକୁ ଲକ୍ଷ୍ୟ ରଖିଛି ।

prayash

ଏହି ଅବସରରେ ବେଦାନ୍ତ ଲିମିଟେଡ ଆଲୁମିନା ବିଜନେସ କହିଛନ୍ତି ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଏକ ସୁବିଧା ନୁହେଁ ବରଂ ଏକ ମୌଳିକ ଅଧିକାର। ବେଦାନ୍ତ ଆଲୁମିନିୟମରେ ଆମେ ଆମର ସାମାଜିକ ପ୍ରଭାବ ପ୍ରୟାସର ମୂଳଦୁଆ ଭାବରେ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଥାଉ।

ବେଦାନ୍ତ ହସ୍ପିଟାଲର ମେଡିକାଲ୍ ଅଫିସର ଡା.ବୁଦ୍ଧଦେବ ଗମାଙ୍ଗୋ କହିଛନ୍ତି ଯେ ସାମାଜିକ ଦାୟିତ୍ୱ ଏବଂ ପରିବେଶ ପରିଚାଳନା ଦାୟିତ୍ୱରେ ସେମାନଙ୍କର ଅଦମ୍ୟ ପ୍ରତିବଦ୍ଧତା ସମସ୍ତ ହିତାଧିକାରୀଙ୍କ ପାଇଁ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିଥାଏ।  ଏହିପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଏହାର ମୂଲ୍ୟ ଏବଂ ଦୂରଦୃଷ୍ଟି ବଜାୟ ରଖିବାରେ ସମର୍ଥ ହେବାସହିତ ସମସ୍ତଙ୍କ ପାଇଁ ଏକ ସୁସ୍ଥ ଏବଂ ସମୃଦ୍ଧ ଭବିଷ୍ୟତ ଗଠନ କରିବାପାଇଁ ଆଶାରଖିଛି ।

Comments are closed.