www.samajalive.in
Monday, December 15, 2025
27.1 C
Bhubaneswar

ମିଳୁନି ଭତ୍ତା, ପ୍ରବଳ ଖରାରେ ବ୍ଲକକୁ ଆସି ନୟାନ୍ତ ହେଲେଣି ବୃଦ୍ଧା

ପାଟଣା: ବୃଦ୍ଧ ବୃଦ୍ଧାଙ୍କ ଘରକୁ ଯାଇ ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜଣେ ୭୫ ବର୍ଷର ବୃଦ୍ଧାଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରର ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ବାରମ୍ବାର ବ୍ଲକକୁ ଦୌଡା ଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ସିରା ପାତ୍ରଙ୍କ କ୍ଷେତ୍ରରେ ଘଟିଛି। ଖିରେଇଟାଙ୍ଗିରୀ ଗ୍ରାମର ସିରା ପାତ୍ର ୨୦୧୩-୧୪ ମସିହାରୁ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ତାଙ୍କୁ ଭତ୍ତା ପରିଚୟ ପତ୍ର ମଧ୍ୟ ମିଳିଛି। ତାଙ୍କର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କରେ ଖାତା ରହି ଥିଲେ ମଧ୍ୟ ତାଙ୍କ ଜମା ଖାତାକୁ ଭତ୍ତା ଅର୍ଥ କିଛି ମାସ ହେଲା ଯାଉନାହିଁ। କୁହାଯାଇଛି କି ତାଙ୍କର କେୱାଇସି ଅପଟୁଡେଟ ହୋଇ ନଥିବାରୁ ତାଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ଏହି କାରଣରୁ ପ୍ରଚଣ୍ଡ ଖରାରେ ସେ ଗ୍ରାମରୁ ୩୦ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟକୁ ଇତି ମଧ୍ୟରେ ୩ ଥର ଆସି ଫେରିବା ପରେ ମଧ୍ୟ ତାକୁ ଆହୁରି ୨ରୁ ୩ ଥର ଆସିବାକୁ ପଡିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ତାଙ୍କୁ କହୁଛନ୍ତି। ଏପରିକି ଏହି ପ୍ରତିନିଧିଙ୍କୁ ମଧ୍ୟ କର୍ମଚାରୀ ସମାନ ଉତ୍ତର ରଖି ଥିବାରୁ କେୱାଇସି ଅପଟୁଡେଟ କରିବା ପାଇଁ କେତେଦିନ ଲାଗେ ଓ ଏହି ବୃଦ୍ଧା ଜଣକୁ ଜାଣିଶୁଣି ହଇରାଣ କରାଯାଉଛି କି ତାହା ତଦନ୍ତ ସାପେକ୍ଷ ହୋଇଥିବାରୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବୃଦ୍ଧାଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ଦାବି ହୋଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories