www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ୍‍ ଟିକାକରଣରେ ରେକର୍ଡ : ଦିନକରେ ନେଲେ ୧ କୋଟି ୩ ଲକ୍ଷ, ମୋଟ ୬୨.୨୯କୋଟିରୁ ଅଧିକ

ନୂଆଦିଲ୍ଲୀ :  ଦେଶ ବ୍ୟାପୀ ଚାଲିଥିବା କୋଭିଡ୍‍ ପ୍ରତିଷେଧକ ଟିକାକରଣ ଅଭିଯାନରେ ଗୋଟିଏ ଦିନରେ  ରେକର୍ଡ ସଂଖ୍ୟକ ଏକ କୋଟିରୁ ଅଧିକ ପାନ ଟିକାଦାନ କରି ଭାରତ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ରାମନାଥ କୋବିନ୍ଦ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ  ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି। ଏଥି ସହିତ ଦେଶରେ ମୋଟ ଟିକାକରଣ ୬୨ କୋଟି ଅତିକ୍ରମ କରିଛି ।

ଗତକାଲି ଟିକାକରଣର ୨୨୪ତମ ଦିବସରେ ଦେଶରେ ୧ କୋଟି ୩ ଲକ୍ଷ ୩୫ ହଜାର ୨୯୦ ପାନ ଟିକା ଦିଆଯାଇଛି। ଏହାକୁ ମିଶାଇ ମୋଟ ୬୨ କୋଟି ୨୯ ଲକ୍ଷ ୮୯ ହଜାର ୧୩୪ ପାନ ଟିକା ଦିଆ ଯାଇଛି।

- Advertisement -

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ୧ କୋଟି ୩ ଲକ୍ଷ ୫୬ହଜାର ୮୭୧ ପ୍ରଥମ ପାନ ଏବଂ ୮୩ ଲକ୍ଷ ୨୫ ହଜାର ୩୯୯  ଦ୍ୱିତୀୟ ପାନ ଟିକା ଦିଆଯାଇଛି। ସେହିପରି  ଆଗଧାଡିର ଯୋଦ୍ଧାମାନଙ୍କୁ ୧ କୋଟି ୮୩ ଲକ୍ଷ ୧୬ ହଜାର ୩୪୧ ପ୍ରଥମ ପାନ ଏବଂ ୧ କୋଟି ୨୯ ଲକ୍ଷ ୫୯ହଜାର ୨୩୭ ଦ୍ୱିତୀୟ ପାନ ଟିକା ଦିଆଯାଇଛି।ଅନ୍ୟପକ୍ଷରେ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୨୩ କୋଟି ୮୪ ଲକ୍ଷ ୩୦ ହଜାର ୩୫୯ ନାଗରିକଙ୍କୁ  ପ୍ରଥମ ପାନ ଏବଂ ୨ କୋଟି ୪୬ ଲକ୍ଷ ୭୩ ହଜାର ୪୯୨ ଦ୍ୱିତୀୟ ପାନ ଟିକା ଦିଆଯାଇଛି।

୪୫ରୁ ୫୯ ବର୍ଷ ବୟସ ବର୍ଗରେ ୧୨ କୋଟି ୮୦ ଲକ୍ଷ ୭୦ ହଜାର ୪୩୬ ଜଣଙ୍କୁ ପ୍ରଥମ ପାନ ଦିଆଯାଇଥିବା ବେଳେ ୫ କୋଟି ୨୩ ଲକ୍ଷ ୭ହଜାର ୪୧୩ ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି । ସେହିପରି ୬୦ବର୍ଷ ବୟସରୁ ଊର୍ଦ୍ଧ୍ବ ୮ କୋଟି ୫୭ ଲକ୍ଷ ୨ ହଜାର ୬୯୨ ଜଣଙ୍କୁ ପ୍ରଥମ ପାନ ଓ ୪ କୋଟି ୩୮ ଲକ୍ଷ ୪୬ ହଜାର ୮୯୪ ଜଣ ନାଗରିକଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories