www.samajalive.in
Saturday, December 6, 2025
19.1 C
Bhubaneswar

ଅଣାୟତ ହେଉଛି ବୁର୍ଲା ଭିମସାର : କରୋନା ସଂକ୍ରମଣ ଗ୍ରାଫ୍‍ ୩୦୬ ଛୁଇଁଲା

ବୁର୍ଲା : କରୋନା ବଳୟରୁ ବୁର୍ଲା ଭିମସାର ବ୍ୟବସ୍ଥା ନିସ୍ତାର ପାଇ ପାରୁନାହିଁ। ଶନିବାର ବୁର୍ଲା ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗର ଜଣେ ଡ଼ାଟା ଏଣ୍ଟ୍ରି ଅପରେଟର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗତକାଲି ବୁର୍ଲା ଭିମସାର ହସପିଟାଲରେ ମେଟ୍ରନ ଅଫିସର ଓ ଜଣେ ସେବିକା କରୋନା ସଂକ୍ରମିତ ହୋଇଥିବା ବେଳେ ଏକ୍ସରେ ବିଭାଗର ଜଣେ ଆଟେଣ୍ଡାଣ୍ଟ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଶନିବାର ଭିମସାରର କରୋନା ଗ୍ରାଫ୍‍ ୩୦୬ ଛୁଇଁଛି।
ଗତ ୧ ତାରିଖରେ ଭିମସାର କେନ୍ଦ୍ରୀୟ ଆଇସିୟୁର ଜଣେ ସେବିକା କରୋନା ସଂକ୍ରମିତ ହେବା ସହିତ ଜଣେ ରୋଗୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଗତ ୩୦ ତାରିଖ ଦିନ ଭିମସାରର ସ୍ତ୍ରୀ ଓ ପ୍ରସୁତୀ ବିଭାଗର ଜଣେ ପିଜି ଡ଼ାକ୍ତର ପୁଣି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ୨୯ ତାରିଖ ଦିନ ଭିମସାରର ସ୍ତ୍ରୀ ଓ ପ୍ରସୁତୀ ରୋଗ ବିଭାଗ ଜଣେ ପିଜି ଡ଼ାକ୍ତର, ଶଲ୍ୟ ବିଭାଗର ଜଣେ ବରିଷ୍ଠ ଆବାସିକ ଡ଼ାକ୍ତର ଏବଂ ମେଡ଼ିସିନ ବିଭାଗର ଜଣେ ପିଜି ଡ଼ାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ସହିତ ଭିମସାର ହସପିଟାଲର ମେଟ୍ରନ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ୨୮ ତାରିଖ ନିଶ୍ଚେତକ ବିଭାଗର ଜଣେ ବରିଷ୍ଠ ଡ଼ାକ୍ତର ଏବଂ ୪ ଜଣ ସେବିକା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ସେପ୍ଟେମ୍ବର ମାସ ୨୧ ତାରିଖରୁ ଗତ ୨୬ ତାରିଖ ମଧ୍ୟରେ ସମୁଦାୟ ୨୮ଜଣ  ଡ଼ାକ୍ତର, ସେବିକା ଏବଂ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ସେଥିମଧ୍ୟରୁ ଅସ୍ଥିଶଲ୍ୟ ବିଭାଗର ପ୍ରାୟ ଛଅଜଣ ଡ଼ାକ୍ତର ରହିଛନ୍ତି। ସେପଟେ ଗତ ରବିବାର ଦିନ ଅସ୍ଥିଶଲ୍ୟ ଅସ୍ତ୍ରୋପ୍ରଚାର କକ୍ଷରେ ଜଣେ ସେବିକା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଭିମସାରର ନିଶ୍ଚେତକ ବିଭାଗର ଜଣେ ଡ଼ାକ୍ତର ଏବଂ ସ୍ତ୍ରୀ ଓ ପ୍ରସୁତୀ ବିଭାଗର ଦୁଇଜଣ ସେବିକା କରୋନା ସଂକ୍ରମିତ ହୋଇଥିଲେ। ସ୍ତ୍ରୀ ଓ ପ୍ରସୁତୀ ବିଭାଗର ୧୩ ଜଣ ସେବିକା କରୋନା ସଂକ୍ରମିତ ହୋଇସାରିଛନ୍ତି। ଯାହାଫଳରେ ବିଭାଗରେ ଲୋକବଳ ହ୍ରାସ ପାଇ ହାତଗଣତି ଜଣେ ସେବିକା ବା ଦୁଇଜଣ ସେବିକାରେ କାମ ଚଳାଇବାକୁ ପଡ଼ୁଛି।

ଅନ୍ୟ ଏକ ପ୍ରସଙ୍ଗ ଭିମସାରର କୋଭିଡ଼ ହସପିଟାଲ କାର୍ଯ୍ୟକ୍ଷମ ହେବା ତାରିଖ ଗଡ଼ି ଚାଲିଛି। ଏହି ନଅତାଲା କୋଠାର ବ୍ୟତିକ୍ରମକୁ ଯେତେ ସୁଧାରିବା ପାଇଁ ଚେଷ୍ଟା ଚାଲିଛି ଆହୁରି ଅଧିକ ମାତ୍ରାରେ ବ୍ୟତିକ୍ରମ ପୁଣି ବାହାରି ଚାଲିଛି ଯାହାକି ଭିମସାରର ପରିଚାଳନା ବ୍ୟବସ୍ଥାକୁ ଚିନ୍ତାରେ ପକାଇ ଦେଇଛି। ସେପଟେ ଭିମସାର ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସାଜିଥିବା ବେଳେ ଏଠାରେ କୋଭିଡ଼ ହସପିଟାଲ କରାଯିବା ନନ୍‍-କୋଭିଡ଼ ରୋଗୀଙ୍କ ଚିନ୍ତା ବୃଦ୍ଧି କରୁଛି। ତେବେ ଭିମସାରର କରୋନା ସଂକ୍ରମଣ  ୩୦୬ରେ ଉପନୀତ।

- Advertisement -

ବୁର୍ଲା ଭିମସାରର କରୋନା ଆଇସୋଲେସନରେ ପ୍ରତିଦିନ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଚାଲିଛି। ଆଜି ମଧ୍ୟ ଭିମସାରର କରୋନା ଆଇସୋଲେସନରେ ସମ୍ବଲପୁର ଅଞ୍ଚଳର ୨୪ ବର୍ଷିୟ ବ୍ୟକ୍ତିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଯୁବକ ଜଣକଙ୍କ ସ୍ୱାବ ପରୀକ୍ଷା ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ସହିତ ସମ୍ବଲପୁର କୋଭିଡ଼ ହସପିଟାଲ ପ୍ରେରିତ ହେବା ପାଇଁ ଅପେକ୍ଷାରତ ରହିଥିଲେ। ମାତ୍ର ତାଙ୍କର ସ୍ଥାନାନ୍ତରଣ ପୁର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସମ୍ବଲପୁର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories