www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟରେ ଖସୁଛି ସଂକ୍ରମଣ ହାର; ଦିନକରେ ୫୮୯୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୫୩ ଜଣ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନ ଖୋର୍ଦ୍ଧାରେ ସଂକ୍ରମଣ ନିମ୍ନରେ ରହି ଆଶାର ସଂଚାର କରିଥିବାବେଳେ ପୁଣି ତାହା ଉପରମୁହାଁ ହୋଇଛି। ରାଜ୍ୟର ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୩୩୨ ଏବଂ ସ୍ଥାନୀୟ ସଂକ୍ରମିତ ୨୫୬୪ ଜଣ ରହିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲାରୁ ୩୮୫, ବାଲେଶ୍ୱର ୩୭୩, ବରଗଡ ୯୯, ବଲାଙ୍ଗୀର ୭୭, ବଉଦ ୭୩, କଟକ ୩୪୯, ଦେବଗଡ ୨୨, ଢେଙ୍କାନାଳ ୩୦୬, ଗଜପତି ୪୪, ଗଞ୍ଜାମ ୩୫, ଜଗତସିଂହପୁର ୨୩୨, ଯାଜପୁର ୪୧୩ ଏବଂ ଝାରସୁଗୁଡା ଜିଲାରୁ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କଳାହାଣ୍ଡିରୁ ୫୩, କନ୍ଧମାଳ ୬୫, କେନ୍ଦ୍ରାପଡା ୨୩୫, କେନ୍ଦୁଝର ୧୩୦, କୋରାପୁଟ ୧୨୯, ମାଲକାନଗିରି ୧୧୬, ମୟୁରଭଞ୍ଜ ୧୧୬, ନବରଙ୍ଗପୁର ଜିଲାରୁ ୧୭୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହି ସମୟ ମଧ୍ୟରେ ନୟାଗଡ ଜିଲାରୁ ୧୭୭, ନୂଆପଡା ୩୭, ପୁରୀ ୨୪୧, ରାୟଗଡା ୧୬୬, ସମ୍ବଲପୁର ୯୨, ସୋନପୁର ୭୭, ସୁନ୍ଦରଗଡ ୧୧୩ ଏବଂ ଷ୍ଟେଟପୁଲରୁ ୧୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୭୪୭୮୦୫ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଥିବାବେଳେ ସଂପ୍ରତି ଓଡ଼ିଶାରେ ୭୪୧୭୨ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories