ନଭେମ୍ବର ୩୦ ଯାଏଁ ସାରା ଦେଶରେ କୋଭିଡ କଟକଣା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଚାଲିଥିବା କୋଭିଡ କଟକଣାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦେଶରେ ଗତକାଲିର ତୁଳନାରେ ଆଜି ସଂକ୍ରମିଣ ହାର ୨୦ ପ୍ରତିଶତ ବୃଦ୍ଧି ପାଇବାପରେ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ।
ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ କେତେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି। ପୁଣି ଆଗକୁ ଦୀପାବଳି ଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ଲାଗୁ କରୋନା କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଇଦେଇଛନ୍ତି।

prayash

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସିନେମା ହଲ,ଏଣ୍ଟରଟେନମେଣ୍ଟ ପାର୍କ, ସ୍ବିମିଂ ପୁଲ ଖୋଲିବା ପାଇଁ ଗତ ମାସରେ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ପାଇଁ ମଧ୍ୟ ଲାଗୁ ରହିବ। ଅକ୍ଟୋବର ମାସ ପାଇଁ ଗତ ସେପ୍ଟେମ୍ବର ୩୦ରେ ଜାରି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ କଟକଣା କଡ଼ାକଡ଼ି ଲାଗୁ ହେବ ବୋଲି କୁହାଯାଇଥିଲା। ଏହା ସହିତ ପାର୍ବଣ ଋତୁ ଥିବାରୁ କଣ୍ଟେନମେଣ୍ଟ ଜୋନ ବାହାରେ ବି ସତର୍କତା ଅବଲମ୍ବନ ପାଇଁ କୁହାଯାଇଥିଲା। ଏସବୁ ପରାମର୍ଶ ନଭେମ୍ବର ପାଇଁ ଲାଗୁ ହେବ। କାରଣ ନଭେମ୍ବର ପ୍ରଥମ ସପ୍ତାହରେ ଦେଶର ସବୁଠାରୁ ବଡ଼ ପର୍ବ ମଧ୍ୟରେ ଅନ୍ୟତମ ଦୀପାବଳି ଅନୁଷ୍ଠିତ ହେବ। ଏହା ଦ୍ବାରା ପୁଣି ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଦଶହରା ପରେ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ପାଇଛି। ଏଣୁ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଛନ୍ତି।
ଭାରତରେ ନଭେମ୍ବର ମାସରେ ୩୦ କୋଟି କରୋନା ଟିକା ଦିଆଯିବାକୁ ଯୋଜନା ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ମଧ୍ୟରେ କୋଭାକ୍ସିନର ୬ କୋଟି ଡୋଜ. କୋଭିସିଲ୍ଡର ୨୨ କୋଟି ଡୋଜ ଓ ଜାଇଡସ କାଡିଲାର ୨ କୋଟି ଡୋଜ ସାମିଲ ହେବ ।

 

kalyan agarbati

Comments are closed.