ନବରଙ୍ଗପୁରକୁ ପୁଣି ଫେରିଲା କରୋନା, ୩ ଦିନରେ ୧୩ ଆକ୍ରାନ୍ତ

ନବରଙ୍ଗପୁର: ଦୀର୍ଘ ମାସର ବ୍ୟବଧାନରେ ପୁଣି ନବରଙ୍ଗପୁର ଜିଲାକୁ କରୋନା ଫେରିଛି। ଗତ ୩ ଦିନ ମଧ୍ୟରେ ୧୩ ଜଣଙ୍କୁ କରୋନା ପଜିଟିଭ ବାହାରିଥିବାବେଳେ ରବିବାର ୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଉମରକୋଟ ବ୍ଲକର ବଡକୁମାରୀ ୟୁଭି୧ ଗ୍ରାମର ୩ଜଣ ଓ ନବରଙ୍ଗପୁର ଜିଲା ଡାକ୍ତରଖାନା ପରିସରରୁ ୪ଜଣ ଆକ୍ରାନ୍ତ ହୋଇଛନ୍ତି। ନବରଙ୍ଗପୁର ସହରରେ ଦିନକୁଦିନ କରୋନା ଆକ୍ରାନ୍ତ ବଢୁଥିବାରୁ ଏହା ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ସମସ୍ତ ୧୩ ଜଣ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।

 

ସୂଚନା ଯୋଗ୍ୟ ଯେ ଜିଲାରେ ମୋଟ ସମସ୍ତ କରୋନା ଆକ୍ରାନ୍ତ ସଂଖ୍ୟା ୨୩୫୮୩ ହୋଇଥିବାବେଳେ କରୋନାରୁ ବିମୁକ୍ତ ସଂଖ୍ୟା ୨୩୩୯୭ ବୋଲି ସରକାରୀ ଭାବେ କୁହାଯାଇଛି। ଜିଲାରେ ବର୍ତ୍ତମାନ ସୁଦ୍ଧା ଦୁଇଜଣ ପୁଲିସ ଅଧିକାରୀ ସମେତ ୧୪୫ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ପରିବାରବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। ଏହାକୁ ନେଇ ଜିଲାପାଳ ଡ.କମଳ ଲୋଚନ ମିଶ୍ର କରୋନା ପ୍ରତି ସମସ୍ତେ ସତର୍କତା ରହିବା ସହ ସରକାରୀ ମାର୍ଗଦର୍ଶିକା ଅନୁସାରେ କରୋନା କଟକଣା, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି।

Comments are closed.