www.samajalive.in
Sunday, December 7, 2025
26.1 C
Bhubaneswar

ବଲାଣିରୁ ୨ କରୋନା ଯୋଦ୍ଧାଙ୍କ ସହ ପରିବାରରୁ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

ବଲାଣି : କେନ୍ଦୁଝର ଜିଲା ଅନ୍ତର୍ଗତ ଉପାନ୍ତ ଖଣି ଅଂଚଳ ବଲାଣି ଟାଉନସିପ୍ ରୁ ପୁଣି ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଗୁରୁବାର ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨ ଜଣ ବଲାଣି ଖଣିର ନିଜସ୍ୱ ଡାକ୍ତରଖାନାର ଷ୍ଟାଫ ନର୍ସ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସଂକ୍ରମିତ ଜଣେ ଷ୍ଟାଫ ନର୍ସଙ୍କ ଦୁଇ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ପାଖରେ ମୃଦୁ ଲକ୍ଷଣ ଦେଖା ଦେଉଥିବାରୁ ତାଙ୍କୁ ଘରେ ଚିକିତ୍ସା କରାଯିବାକୁ ପ୍ରସାଶନ ପକ୍ଷରୁ ଅନୁମତି ମିଳିଥିବା ନେଇ ସୂଚନା ରହିଛି ।
ତେବେ ପୂର୍ବରୁ ଜଣେ ରୋଗୀ ଏଠାରେ ଚିକିତ୍ସିତ ଅବସ୍ଥାରେ କରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ତାଙ୍କ ଠାରୁ ୨ ନର୍ସ ସଂକ୍ରମିତ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଅନ୍ୟ ପକ୍ଷରେ ଜଣେ ରୋଗୀ ଚିକିତ୍ସିତ ଅବସ୍ଥାରେ ବଲାଣି ଡାକ୍ତରଖାନାରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବଲାଣି ଡାକ୍ତରଖାନା କର୍ତ୍ତୃପକ୍ଷ ଆପାତକାଳୀନ ସେବାକୁ ଛାଡି ୧୪ ଦିନ ନିମନ୍ତେ ଡାକ୍ତରଖାନାର ଇଣ୍ଡୋର ଓ ଆଉଟଡୋର ବିଭାଗକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । ତେବେ ଉକ୍ତ ଅଞ୍ଚଳକୁ ନିଷେଧାଞ୍ଚଳ ଭାବରେ ଘୋଷଣା କରାଯିବାକୁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବାଲାଗୋଡା ସରପଞ୍ଚ ମଙ୍ଗଳ ମୁଣ୍ଡା ସୂଚନା ଦେଇଛନ୍ତି । ଦିନକୁ ଦିନ ବଲାଣି ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ କୋଭିଡ଼ ନିର୍ଦେଶାବଳୀକୁ ପାଳନ କରୁନାହାନ୍ତି ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ସଂଘରୋଧ ହେବାକୁ କୁହାଯାଇଥିଲେ ହେଁ ଲୋକେ ଏହାକୁ ପାଳନ ନକରି ବାହାରେ ବୁଲାବୁଲି କରିବା ସହିତ କିଛି ଲୋକ ଏହାକୁ ଛୁଟି ଭାବରେ ନେଇ ଦୋକାନ ଖୋଲି ବସି ରହୁଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ବିଭିନ୍ନ ଦୋକାନ ଓ ବଜାରରେ ଭିଡ଼ ପରିଲିକ୍ଷିତ ହେଉଛି । ତେବେ ଏପରି ସ୍ଥିତିରେ  ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖିବାକୁ ମିଳୁଛି।ଏହା ସହ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆତଙ୍କ ସୃଷ୍ଟି ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories