www.samajalive.in
Monday, December 15, 2025
24.1 C
Bhubaneswar

ଲକ୍‌ଡାଉନ: ଭିଡିଓ କଲ୍‌ରେ ହେଲା ବିବାହ

ଔରଙ୍ଗାବାଦ: କରୋନା ଭୂତାଣୁକୁ ବ୍ୟାପୁଥିବାରୁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ସବୁ ରାଜ୍ୟରେ ପାଳନ କରାଯାଉଛି। ଏହି ସମୟରେ କୌଣସି ସ୍ଥାନରେ ଭିଡ଼ ସୃଷ୍ଟି ନ କରିବାକୁ ଚେତାବନୀ ଦିଆଯାଇଛି। ଫଳରେ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବ ଆୟୋଜନ ହୋଇପାରୁ ନାହିଁ। ତେବେ ମହାରାଷ୍ଟ୍ରରେ ଲକଡାଉନ ସତ୍ବେ ଏକ ବିବାହ ସମ୍ପନ୍ନ ହୋଇଛି। ଏଥିରେ କୌଣସି ଭିଡ଼ ବି ସୃଷ୍ଟି କରାଯାଇ ନାହିଁ। ମୁସଲମାନ ପରମ୍ପରା ଅନୁସାରେ ବର ଏବଂ କନ୍ୟାର ନିକାହ(ବିବାହ) କରାଯାଇଛି। ତେବେ କୌତୁହଳର କଥା ହେଉଛି ଭିଡିଓ କଲ୍‌ ଜରିଆରେ ଏହି ବିବାହ ସମ୍ପନ୍ନ ହୋଇଛି। ମହାରାଷ୍ଟ୍ରର ଔରଙ୍ଗାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି।

ଔରଙ୍ଗାବାଦର ମହମ୍ମଦ ମିହ୍ନାଜୁଦ ବୀଡ୍‌ ଅଞ୍ଚଳରେ ରହୁଥିବା କନ୍ୟାକୁ ବିବାହ କରିଥିଲେ। ବରର ବାପା ମହମ୍ମଦ ଗୟାଜ କହିଛନ୍ତି, ଉଭୟଙ୍କ ବିବାହ ୬ମାସ ତଳୁ ସ୍ଥିର ହୋଇଥିଲା। ସେତେବେଳେ କରୋନା ଭୂତାଣୁ ନ ଥିଲା। ଏବେ ଲକଡାଉନ ଯୋଗୁ ବିବାହ ମଣ୍ଡପ ବନ୍ଦ ଥିବାରୁ ଏବଂ ଭିଡ଼ ସୃଷ୍ଟି ଉପରେ କଟକଣା ରହିଥିବାରୁ ଭିଡିଓ କଲ୍‌ ଜରିଆରେ ଏହି ବିବାହ କରାଗଲା। କାଜୀ ମୁଫ୍‌ତୀ ଅନୀସ ଉର ରହମନ ଏହି ବିବାହ କରାଇଥିଲେ। ଏହି ବିବାହରେ ଦୁଇ ପରିବାର ବହୁତ ଖୁସି ଅଛନ୍ତି। ଅତି କମ୍‌ ଖର୍ଚ୍ଚରେ ସାଧାରଣ ଆୟୋଜନରେ ବିବାହ ସମ୍ପନ୍ନ ହୋଇଛି।

- Advertisement -

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବର୍ତ୍ତମାନ କରୋନା ଭୂତାଣୁ ଯୋଗୁ ୪୯୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ସହିତ ୨୬ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories