www.samajalive.in
Monday, December 15, 2025
24.1 C
Bhubaneswar

ସତର୍କ ହେଲେ ସରକାର – କରୋନା ଭାଇରସ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ନୂଆଦିଲ୍ଲୀ: ଚୀନରେ ବ୍ୟାପୁଥିବା କରୋନା ଭାଇରସ କିଭଳି ଭାରତରେ ନ ବ୍ୟାପିବା, ସେ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ଶନିବାର ହୋଇଥିବା ସମୀକ୍ଷା ବୈଠକରୁ ଜଣାପଡିଛି ଯେ କେରଳ ଏବଂ ମହାରାଷ୍ଟ୍ରର ୧୦୦ ଜଣଙ୍କୁ ତତ୍ୱାବଧାନରେ ରଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି, ଦେଶରେ ଏ ପର୍ଯ୍ୟନ୍ତ ଏହି ଭାଇରସ ସଂକ୍ରମଣ ହୋଇନାହିଁ ଏବଂ ଅଧିକ ପରୀକ୍ଷା ପାଇଁ ସାତ ଜଣଙ୍କ ରକ୍ତ ନମୁନା ପୁନେସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି। ଏଥିପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ସେ କହିଛନ୍ତି।

କେରଳର ଜଣେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି, ପୂର୍ବରୁ ପରୀକ୍ଷା କରାଯାଇଥିବା ୪ ଜଣଙ୍କ ରକ୍ତ ନମୁନାରୁ କୌଣସି ସଂକ୍ରମଣ ବାହାରି ନାହିଁ କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୧୭୨ ଜଣଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ଅନ୍ୟ ୭ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଯେ ଶନିବାର କେରଳକୁ ୯୯ ଜଣ ଯାତ୍ରୀ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭୯ ଜଣଙ୍କ ଉପରେ ନଜର ରଖାଯାଇଛି। ଅନ୍ୟ ୭ଜଣଙ୍କ ଦେହରେ ସାମାନ୍ୟ ଲକ୍ଷଣ ଦେଖାଯିବାରୁ ସେମାନଙ୍କ ରକ୍ତ ଓ କଫ ନମୁନା ପରୀକ୍ଷାଗାରକୁ ପଠାଯାଇଛି।

- Advertisement -

ମହାରାଷ୍ଟ୍ରରେ ସମ୍ଭାବ୍ୟ ଭାଇରସ ସଂକ୍ରମଣ ଦୃଷ୍ଟିରୁ ୨ ଜଣଙ୍କୁ ହସ୍ପିଟାଲରେ ରଖାଯାଇ ପରୀକ୍ଷା ନିରୀକ୍ଷା କରାଯାଉଛି। ଏଥିରେ କୌଣସି ପ୍ରକାର ସହାୟତା ପାଇଁ ଏକ ଦେୟମୁକ୍ତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ଓ ସେହି ନମ୍ବରଟି ହେଉଛି ୦୧୧-୨୩୯୭୮୦୪୬। ଇତି ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚି ଭଳି ୭ଟି ପ୍ରମୁଖ ବିମାନବନ୍ଦରଗୁଡିକୁ କେନ୍ଦ୍ରୀୟ ଟିମ ପଠାଇବାକୁ ବର୍ଦ୍ଧନ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଆଜି ସୁଦ୍ଧା ପହଂଚି ଯିବେ ବୋଲି ଜଣାପଡିଛି। କେନ୍ଦ୍ର ମନ୍ତ୍ରୀ ବର୍ଦ୍ଧନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହଙ୍କ ଆଲୋଚନା କରିଛନ୍ତି ଓ ନେପାଳ ସୀମାରେ ଯାଞ୍ଚ ବ୍ୟବସ୍ତା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories