ନୂଆଦିଲ୍ଲୀ : ଆମେରିକାରେ କରୋନା ଉପରେ ଗବେଷଣା ପାଇଁ ଭାରତୀୟ ବଂଶୋଦ୍ଭବ ୧୪ବର୍ଷ ବୟସ୍କା ଅନିକା ଚେବ୍ରୋଲୁଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅନିକା ଗବେଷଣା ପାଇଁ ୨୫ ହଜାର ଡଲାର ଅର୍ଥାତ୍ ପ୍ରାୟ ୧୮ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ପରେ ସେ ଏଥିରୁ ରକ୍ଷା ପାଇବା ଉପରେ ଧ୍ୟାନ ଦେଇଥିଲେ। ଆମେରିକୀୟ ସଂସ୍ଥା ୩ଏମ୍ ଦ୍ବାରା ଚଲାଯାଇଥିବା ୟଙ୍ଗ୍ ସାଇଣ୍ଟିଷ୍ଟ୍ ୨୦୨୦ରେ ଅନିକା କରୋନା ସଙ୍କଟରୁ ଲଢ଼ିବା ପାଇଁ ଗବେଷଣା କରିଛନ୍ତି। ନିଜ ଗବେଷଣାରେ ଅନିକା ଏକ ମଲେକ୍ୟୁଲକୁ ବିକଶିତ କରିଛନ୍ତି, ଯାହା କରୋନା ଭାଇରସ୍ ବିରୋଧରେ ଲଢ଼େଇରେ ସହାର୍ଯ୍ୟ କରିଥାଏ। ଏହି ମଲେକ୍ୟୁଲ ସାହାଯ୍ୟରେ ଶରୀରରେ କରୋନା ଭାଇରସ୍ ଏକ ସ୍ପାଇକ୍ ପ୍ରୋଟିନରେ ବାନ୍ଧି ହୋଇପାରେ ଏବଂ ବ୍ୟାପିବାରୁ ରୋକା ଯାଇ ପାରିବ।
ଆମେରିକୀୟ କମ୍ପାନୀ ୩ଏମ୍ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲରେ ଅନିକାଙ୍କ ସମେତ ୧୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
କରୋନା ଉପରେ ଗବେଷଣା ପାଇଁ ଆମେରିକାରେ ଏହି ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ୧୮ଲକ୍ଷ ଟଙ୍କାର ପୁରସ୍କାର
Popular Categories



