www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଅପଡେଟ: କେତେକ ଜାଣିବା କଥା

କେତେବେଳେ ଓ କେଉଁମାନେ ମାସ୍କ ବ୍ୟବହାର କରିବେ?
ସମସ୍ତେ ସବୁ ସମୟରେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ, ଯଦି ଆପଣଙ୍କର କାଶ, ଜ୍ୱର କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେଉଛି ତେବେ ମାସ୍କ ବ୍ୟବହାର କରନ୍ତୁ। ଯଦି ଆପଣ କରୋନା ଭୁତାଣୁ ସଂକ୍ରମିତ ରୋଗୀଙ୍କୁ ଡାକ୍ତରଖାନା ନେଉଛନ୍ତି କିମ୍ବା ତାଙ୍କର ଯତ୍ନ ନେଉଛନ୍ତି, ଯଦି ଆପଣ ଜଣେ ସ୍ୱାସ୍ଥ୍ୟ କର୍ମୀ ଅଟନ୍ତି ଓ ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ପୀଡିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେ କ୍ଷେତ୍ରରେ ମାସ୍କ ବ୍ୟବହାର କରିବା ଆବଶ୍ୟକ।

ମାସ୍କ ପିନ୍ଧିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ?
ଆପଣ ମୁହଁରେ ମାସ୍କ ପିନ୍ଧିବା ବେଳେ ନିଶ୍ଚିତ କରନ୍ତୁ ଯେଭଳି ମାସ୍କଟି ଆପଣଙ୍କ ମୁହଁରେ ବନ୍ଧା ସରିବା ପରେ ତାହାର ଅଗ୍ର ଭାଗ ତଳ ମୁହାଁ ହୋଇ ରହିବ। ପ୍ରତି ୬ ଘଂଟାରେ ମାସ୍କ ବଦଳାନ୍ତୁ କିମ୍ୱା ଏହି ସମୟ ପୂର୍ବରୁ ଯଦି ଆପଣ ଓଦା ଅନୁଭବ କରୁଛନ୍ତି ତେବେ ମାସ୍କ ବଦଳାନ୍ତୁ। ମାସ୍କ ଏଭଳି ପିନ୍ଧନ୍ତୁ ଯେପରି ତାହା ନାକ ଓ ପାଟି ସମ୍ପୂର୍ଣ୍ଣ ଆଚ୍ଛାଦିତ କରିବ ଓ କୌଣସି ପଟୁ ପବନ ପଶି ପାରିବ ନାହିଁ। ଯଦି ମାସ୍କଟି ଗୋଟିଏ ଥର ବ୍ୟବହାର ପାଇଁ ଉଦ୍ଦିଷ୍ଟ ତା ହେଲେ ସେ ମାସ୍କକୁ ପୁନର୍ବାର ବ୍ୟବହାର କରନ୍ତୁ ନାହିଁ। ବ୍ୟବହୃତ ମାସ୍କକୁ ଏଣେତେଣେ ନ ଫୋପାଡ଼ି ଢାଙ୍କୁଣୀ ଥିବା ଡଷ୍ଟବିନରେ ପକାନ୍ତୁ। ମାସ୍କ ପିନ୍ଧିଥିବା ବେଳେ ତାହାକୁ ବାରମ୍ବାର ଛୁଅନ୍ତୁ ନାହିଁ।

- Advertisement -

ମାସ୍କ କାଢ଼ିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ?
ମାସ୍କ ବଦଳେଇବା ଅତ୍ୟନ୍ତ ଜରୁରୀ ତେଣୁ ଏହାକୁ ଚଷମା ଭଳି ବେକରେ ଝୁଲାଇ ରଖନ୍ତୁ ନାହିଁ। ମାସ୍କ କାଢ଼ିବା ପରେ ସାବୁନ କିମ୍ବା ହାତ ଧୁଆ ତରଳ ପଦାର୍ଥରେ ହାତର ଉପର, ପାପୁଲି ଓ ଆଙ୍ଗୁଠି ମଝି ଭଲ ଭାବେ ଘଷି ଧୁଅନ୍ତୁ।

କରୋନା ସଂକ୍ରମଣ ଜାଣିବା ପାଇଁ କେବେ ପରୀକ୍ଷା କରିବେ?
ଯଦି ଆପଣଙ୍କୁ କାଶ, ଜ୍ୱର କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଆପଣ କରୋନା ସଂକ୍ରମିତ ଦେଶ ଯେପରି ଇଟାଲୀ, ଇରାନ, କୋରିଆ, ଫ୍ରାନ୍ସ, ସ୍ପେନ୍, ଜର୍ମାନୀ ଓ ୟୁଏଇ ଯାତ୍ରା କରିଛନ୍ତି, ଆପଣ ତୁରନ୍ତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପରକ୍ଷା କେଦ୍ରକୁ ଯାଇ ନମୁନା ପରୀକ୍ଷା କରାଇ ନିଅନ୍ତୁ। ଆପଣ ଚାହିଁଲେ ରାଜ୍ୟ ହେଲ୍ପଲାଇନ ନମ୍ବର କିମ୍ବା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୨୪ ଘଣ୍ଟିଆ ହେଲ୍ପଲାଇନ ୦୧୧-୨୩୯୭୮୦୪୬ରେ ଯୋଗାଯୋଗ କରିପାରିବେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories